ନବବର୍ଷରେ ଜନସମୁଦ୍ର ବଡ ଦାଣ୍ଡ

ନବବର୍ଷରେ ଜନସମୁଦ୍ର ବଡ ଦାଣ୍ଡ

ନୂତନ ବର୍ଷ କିଭଳି ସୁରୁଖୁରୁରେ କଟିବ ସେ ମଙ୍ଗଳ କାମନା କରି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଜମିଥିଲା ଭିଡ । ନୂଆବର୍ଷରେ ପୁରୀରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କୁ ଦର୍ଶନ କଲେ 5ଲକ୍ଷ ଭକ୍ତ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶୀମନ୍ଦିରରେ ରବିବାର ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ତଥାପି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ଜାନୁଆରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାର ଅଛି । ଉଦଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଭିଡ । ଜନସମୁଦ୍ରଙ୍କ ହୋଇଯାଇଥିଲା ବଡ ଦାଣ୍ଡ । ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ଆଜି ବି ମଧ୍ୟ ପୁରୀରେ ଭିଡ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *