ସମୟ ବଦଳିବା ସହ ସବୁକିଛି ବଦଳିଗଲା । 24 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଲା ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ଶାସକ ଦଳରୁ ହଟିବା ପରେ ନବୀନଙ୍କ ଠାରେ ଦେଖାଯାଇଛି ଅନେକ ପରିବର୍ତ୍ତନ । ହାତରୁ କ୍ଷମତା ଖସିବା ପରେ ନବୀନଙ୍କ ସୀକ୍ୟୁରିଟି ମଧ୍ୟ କମାଯାଇଛି । ଛାଉଣି ଛାଉଣି ପୋଲିସଙ୍କ ଭିଡରେ ଯାଉଥିବା ନବୀନଙ୍କ ପାଖରେ ରହିବେନି ଆଉ ଜଣେ ହେଲେ ବି ସୁରକ୍ଷା କର୍ମୀ । ହାରିବା ପରେ ବଦଳିବାରେ ଲାଗିଛି ନବୀନଙ୍କର ପରିଚୟ । ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟିଥିବା ନବୀନ ପଟ୍ଟନାୟକଙ୍କ ଠାରୁ ପୁଣି ଏକ କ୍ଷମତା ଛଡାଇ ନେଲେ ମୋହନ ସରକାର । ହାତରୁ ସର୍ବୋଚ୍ଚ କ୍ଷମତା ହଟିବା ପରେ ନବୀନଙ୍କ ଠାରୁ ତାଙ୍କ ସୀକ୍ୟୁରିଟି ଛଡାଇ ନେଇଛନ୍ତି ମୋହନ ମାଝୀ । ଯେଉଁ ନେତାଙ୍କ ପାଖ ମାଡିବା ପାଇଁ ଦିନେ ସୀକ୍ୟୁରିଟିଙ୍କ ବଳୟ ଭେଦ କରିବାକୁ ପଡୁଥିଲା ତାଙ୍କ ପାଖରେ ଥିବା କ୍ଷମତାକୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁଠିକି ଯାଉଥିଲେ ସାଥିରେ ରହୁଥିଲେ ବଡି ଗାର୍ଡ । ଏବେ ମାତ୍ର ଦୁଇ ଜଣ ପିଏସଓ ହିଁ ନବୀନଙ୍କୁ ସୁରକ୍ଷା ଦେବେ । ନବୀନଙ୍କ ସମସ୍ତ ସୁରକ୍ଷା କର୍ମୀଙ୍କୁ ହଟାଇ ଦୁଇଜଣ ପିଏସଓଙ୍କୁ ନିଯୁକ୍ତ କରାଯାଇଛି । ନବୀନ ନିବାସ ଭିତରେ ଓ ବାହାରେ ଟିକନିକ ନଜର ରଖୁଥିବା ସୁରକ୍ଷା କର୍ମୀ ଆଉ ରହିବେନି । ନବୀନ କ୍ଷମତାରେ ଥିବା ସମୟରେ ଏସଏସବି ବାଟାଲିୟନର 300 ସିପାହୀ ନବୀନଙ୍କ ଘର ବାହାରେ ପହରା ଦେଉଥିଲେ । କିନ୍ତୁ ସରକାରରୁ ହଟିବା ପରେ 300 ସିପାହୀ ସଂଖ୍ୟା କମାଯାଇ 45 ରଖାଯାଇଥିଲା । ଆଉ ଏବେ ସମସ୍ତ ସୁରକ୍ଷା କର୍ମୀଙ୍କୁ ହଟାଇ ଦେଇଛନ୍ତି ମୋହନ । ବିରୋଧି ଦଳ ନେତା ଭାବେ ମାତ୍ର ଦୁଇଜଣ ହାବିଲଦାରଙ୍କୁ ପିଏସଓ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଥିଲା । କିନ୍ତୁ ଗତ ଜୁନ ମାସରେ ନିର୍ବାଚନର ଫଳାଫଳ ବାହାରିବା ପରେ ବଦଳିଯାଇଥିଲା ନବୀନଙ୍କ ଭାଗ୍ୟ । କ୍ଷମତାରୁ ହଟିବା ପରେ ନବୀନଙ୍କଠାରୁ ଏହି ସୀକ୍ୟୁରିଟି ବ୍ୟବସ୍ଥା ଛଡାଇ ନିଆଯାଇଥିଲା । ଆଉ ଏବେ ମୋହନ ମାଝୀ ନବୀନଙ୍କ ସୀକ୍ୟୁରିଟି ବ୍ୟବସ୍ଥାରେ ଏପରି କିଛି ପରିବର୍ତ୍ତନ ଆଣିଛନ୍ତି ।
You can share this post!
author