ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନ୍ମଦିନ| ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ| ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ପ୍ରଥମ ଥର ପାଇଁ ନବୀନଙ୍କ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା । ଏହା ହେଉଛି ନବୀନଙ୍କର ପ୍ରଥମ ଜନ୍ମଦିବସ । ତେବେ ବିଜେଡି ପ୍ରଥମ ଥର କ୍ଷମତାରୁ ଦୂରେଇ ରହିଥିଲେ ହେଁ ନବୀନ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦରେ ପ୍ରିୟ ନେତା ହୋଇ ରହି ଆସିଛନ୍ତି ।
ଦୀର୍ଘ ୨୪ ବର୍ଷର ଏଇ ଶାସନ କାଳ ମଧ୍ୟରେ ନବୀନଙ୍କ ମୁହଁରେ କେବେ ବି କ୍ରୋଧର ତିଳେ ମାତ୍ର ପରିଭାଷା ଦେଖି ନାହାନ୍ତି ଓଡ଼ିଶାବାସୀ । ୧୯୪୬ ମସିହା ଅକ୍ଟୋବର ମାସ ୧୬ ତାରିଖରେ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଔରସରୁ ଜନ୍ମଗ୍ରହର କରିଥିଲେ ନବୀନ । ପିତା ଜଣେ ବରିଷ୍ଠ ରାଜନେତା ହୋଇଥିଲେ ହେଁ ନବୀନ ସର୍ବଦା ରାଜନୀତି ଠାରୁ ଦୂରେଇ ରହୁଥିଲେ । ୧୯୯୯ ମସିହାର ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ଓଡ଼ିଶା ଆର୍ଥିକ ଓ ମାନସିକ ଭାବେ ଦୁର୍ବଳ ଆଡ଼କୁ ଠେଲି ହୋଇଯାଇଥିଲା । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବା କ୍ଷେତ୍ରରେ ନବୀନଙ୍କ ବିଶେଷ ଅବଦାନ ରହିଥିଲା । ସର୍ବଦା କୋଟି କୋଟି ଓଡ଼ିଆଙ୍କୁ ହୃଦୟରେ ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |