- ଅରବିନ୍ଦଙ୍କ ନାଁରେ ବିଜେଡିର ସାଂଘାତିକ ଅଭିଯୋଗ
- ଟିକେଟ ନେବା ପରଦିନରୁ ବିଜେଡି ବିରୋଧରେ କରୁଥିଲେ ଷଡଯନ୍ତ୍ର
- ନବୀନ କଲେ ଖୁଲାସା,ଦିଲ୍ଲୀରୁ ଫେରି ନବୀନ ନିବାସ ଯିବେ ଅରବିନ୍ଦ
ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ୱନ ପ୍ରସଙ୍ଗରେ ରାଜନୀତି ଥମିବାର ନାଁ ଧରୁନି । ବିଜେଡି ଓ ଅରବିନ୍ଦଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ । ବିଶ୍ୱାସଘାତକତା ଓ ଷଡଯନ୍ତ୍ରକାରୀର ଆଖ୍ୟା ଦେଲା ବିଜେଡି ନବୀନଙ୍କୁ ପ୍ରମାଣ ମାଗିଲେ ଅରବିନ୍ଦ । ହଁ ଦର୍ଶକବନ୍ଧୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏ କଠୋର କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ରାଜନୀତିରେ ବିଜେଡିକୁ ନେଇ ଚର୍ଚ୍ଚା ବଢିଛି । ଦଳର ଦୁଇ ଦୁଇ ଜଣ ବିଧାୟକକୁ ନିଲମ୍ୱନ କରିବା ଭଳି ଏକ କଠୋର ପଦକ୍ଷେପ ନେଇଛନ୍ତି ନବୀନ । ତେବେ ବିଜେଡି ପକ୍ଷରୁ ଅରବିନ୍ଦଙ୍କ ବିରୋଧରେ ଯୁକ୍ତି ଦର୍ଶାଯାଉଥିବାବେଳେ ଖୋଦ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଜବାବ ଦେବାକୁ ପଛାଉ ନାହାନ୍ତି । ତାଙ୍କ ବିରୋଧରେ ଆସୁଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ଗତକାଲି ବିଜେଡି ସାମ୍ୱାଦିକ ସମ୍ମିଳନୀ କରି ଅରବିନ୍ଦଙ୍କ ଷଡଯନ୍ତ୍ର ପର୍ଦ୍ଦାଫାସ କରିଛନ୍ତି ଏପରିକି ବିଜେଡି କହିଛି ଟିକେଟ ନେବା ପରଦିନ ଠାରୁ ହିଁ ସେ ଦଳ ବିରୋଧରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ପାଟକୁରାରେ ଦଳୀୟ କର୍ମୀଙ୍କୁ ଅଣଦେଖା କରିଥିଲେ ନିଜସ୍ୱ ସଂଙ୍ଗଠନ ଜରିଆରେ କାର୍ଯ୍ୟ କରିଆସୁଥିଲେ । ଏପରିକି ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇବା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ରଚିଥିଲେ । ପାଟକୁରାରରେ ବାପାଙ୍କ ଇସାରାରା ଅରବିନ୍ଦ ସବୁ କାମ କରୁଥିବା ଅଭିଯୋଗ ଆଣିଛି ବିଜେଡି ।
ଅପରପକ୍ଷେ ବିଜେଡିର ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅରବିନ୍ଦ ମହାପାତ୍ର । ସେ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ଖଣ୍ଡନ କରିଥିବା ବେଳେ ସିଧାସଳଖ ନବୀନ ନିବାସରେ ନବୀନଙ୍କୁ ଭେଟିବେ ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର । ଦିଲ୍ଲୀରୁ ଫେରିବା ପରେ ନବୀନଙ୍କୁ ଭେଟି କଥା ହେବା ପରେ ଉତ୍ତର ଦେବି ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର । ତେବେ ଦେଖିବାର କଥା ଦିଲ୍ଲୀରୁ ଫେରିବା ପରେ ଅରବିନ୍ଦ ମହାପାତ୍ର ବିଜେଡିର ଏ ଅଭିଯୋଗ ନେଇ କଣ ପ୍ରତିକ୍ରିୟା ରଖୁଛନ୍ତି ।
