ନବୀନଙ୍କୁ ଭୋଟଦେବେ ନୂଆପଡାବାସୀ !

ନବୀନଙ୍କୁ ଭୋଟଦେବେ ନୂଆପଡାବାସୀ !

ନାମାଙ୍କନ ଭରିଲେ ଶକ୍ତି ପ୍ରଦର୍ଶନ କଲେ

ନୂଆପଡାରେ ହେବ ସ୍ନେହାଙ୍ଗିନିଙ୍କ ଭାଗ୍ୟ ପରୀକ୍ଷା

ସ୍ନେହାଙ୍ଗିନୀଙ୍କ ଦମ୍ଭୋକ୍ତି ନୂଆପଡାରେ ପୁଣି ବାଜିବ ଶଙ୍ଖ

ପୁଣି ନବୀନଙ୍କୁ ଭରସିବେ ନୂଆପଡାବାସୀ

 

ହଁ ଦର୍ଶକବନ୍ଧୁ ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିର ତାତି ବଢୁଥିବା ବେଳେ ଗତକାଲି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । କେବଳ ନାମାଙ୍କନ ଭରିନାହାନ୍ତି ତାହାନୁହେଁ ବିଶାଳ ପଦଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ପୁଣିଥରେ ନୂଆପଡାରେ ବିଜେଡି ହିଁ ଜିତିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି । ଆସନ୍ତା 11 ତାରିଖରେ ଭୋଟ ପଡିବାକୁ ଯାଉଥିବା ବେଳେ ନୂଆପଡାରେ ଜୋରସୋରରେ ପ୍ରଚାର ଆରମ୍ଭ ହୋଇଯାଇଛି । ତିନି ରାଜନୈତିକ ଦଳର  ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇଛନ୍ତି ଏବଂ ଜିତିବା ପାଇଁ କସରତ ଆରମ୍ଭ କରିଛନ୍ତି । ତେବେ ସୂଚନା ମୁତାବକ ନୂଆପଡା ଉପନିର୍ବାଚନରେ 19ଜଣ ନାମାଙ୍କନ ଦାଖଲ କରିଛନ୍ତି । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ତା ପରେ ବାହାରିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ତେବେ ଗତକାଲି ସ୍ନେହାଙ୍ଗୀନି ନାମାଙ୍କନ ଭରିବା ସହିତ ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ ବୋଲି କହିଛନ୍ତି  । ଗତକାଲି ମାଆ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ସ୍ନେହାଙ୍ଗିନୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନହିତକର ଯୋଜନାକୁ ନେଇ ଆମେ ଲୋକ ମାନଙ୍କ ପହଁଚିବୁ ବୋଲି ପ୍ରାର୍ଥୀପତ୍ର ଦାଖଲ ପରେ ସ୍ନେହାଙ୍ଗିନୀ କହିଛନ୍ତି । ନୂଆପଡ଼ାରେ ଏଥର ମୁଖ୍ୟ ପ୍ରସଙ୍ଗ ହେବ ବିକାଶ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ମାଟି ପ୍ରତି ଥିବା ଭଲପାଇବାକୁ ପୁଞ୍ଜି କରିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ମାଟି ପାଇଁ ଯାହା କରିଛନ୍ତି ଅଞ୍ଚଳବାସୀ ମାନେ ପକାଇବେ ବୋଲି କହିଛନ୍ତି ଦଳୀୟ ନେତା । ସ୍ନେହାଙ୍ଗୀନିଙ୍କ ପାଇଁ ପ୍ରଚାର କରିବାକୁ ଯାଇ ନୂଆପଡାରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତା ଓ ବିଧାୟକ । ତେବେ ବିଜୁ ଆଦର୍ଶକୁ ନେଇ ନୂଆପଡାରେ ବାଜିମାତ୍ କରୁଥିବା ସ୍ୱପ୍ନ ଦେଖୁଥିବା ବିଜେଡିକୁ ନିର୍ବାଚନରେ କେତେ ସଫଳତା ମିଳୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *