ବିଧାନସଭା ଅଧିବେଶନର ଆରମ୍ଭ ଦିନରୁ ହିଁ ଉଠୁଛି ପଡୁଛି ଗୃହ । ସାଢେ ଚାରିକୋଟି ଓଡିଆଙ୍କ ସ୍ୱର ସାଜିଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ଆସନରେ ବସିଥିବା ବିଜୁ ଜନତା ଦଳ । ଶାସକ ବିଜେପିକୁ ଘେରିବା ପାଇଁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ଓଡିଶା ରାଜୀତିରେ ଯେଉଁ ନବୀନଙ୍କ ଭୂମିକାକୁ ନେଇ ଅନେକ ସମାଲୋଚନା କରାଯାଉଥିଲା ବର୍ତ୍ତମାନ ସେହି ନବୀନ ବାବୁ ଏବେ ବିରୋଧି ଦଳ ନେତା ଭାବେ ବିଧାନସଭାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନବୀନଙ୍କ ଆକ୍ଟିଭନେଶକୁ ନେଇ ପ୍ରତିପକ୍ଷ ଦଳ ଯେଉଁ ପ୍ରଶ୍ନ କରୁଥିଲା ବିଜେଡିର ସାଇଲେଣ୍ଟ କିଲର ନବୀନ ପଟ୍ଟନାୟକ ଏବେ ନିଜ ବାକ୍ୟବାଣରେ ସମସ୍ତଙ୍କୁ ଚୁପ କରାଇଦେଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ଗୋଟିଏ ଘଟଣା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ସେ ହେଉଛି ନବୀନ ପଟ୍ଟନାୟକଙ୍କ ଗିରଫ ଦାବି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କର ଗିରଫ ଦାବି କରିଥିଲେ ହେଁ ଏହାକୁ ବିରୋଧି କରି ନିନ୍ଦା କରିଛନ୍ତି ବିଜେଡି ବିଧାୟକ ଗଣ । ବିଜେଡିର ବିଧାୟକ ଗଣ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରୁଥିବା ବେଳେ ଖୋଦ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ ବସିଛନ୍ତି । ମୋହନଙ୍କ ଏହି ମଉନ କେଉଁ ସଙ୍କେତ ଦେଉଛି । ସେ ନିଜ ଦଳକୁ ସପୋର୍ଟ କରି ନବୀନଙ୍କ ଗିରଫ ଚାହୁଁଛନ୍ତି ନା ନବୀନଙ୍କୁ ଭୟ କରୁଛନ୍ତି ଯାହା ଏବେ ବିଧାନସଭାଠୁ ଯେ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା । ଉଭୟ ରାଜ୍ୟପାଳ ଓ ନବୀନଙ୍କ ଚକ୍ରବ୍ୟୁହରେ ନିଜେ ବଳି ପଡିଯାଉଛନ୍ତି ମୋହନ ସରକାର । ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ କରି କଣ୍ଢେଇ ପରି ମୋହନଙ୍କୁ ନଚାଯାଉଛି ବୋଲି ବିଜେଡି ନେତା ମାନେ ଅଭିଯୋଗ ଆଣୁଛନ୍ତି । ତେବେ ନବୀନଙ୍କ ଗିରଫ ଦାବି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବେ ମୁହଁ ଖୋଲିବେ ଏବଂ କଣ ପ୍ରତିକ୍ରିୟା ରଖିବେ ତାହାର ଅପେକ୍ଷା ।
You can share this post!
author