ନବୀନଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ..

ନବୀନଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ..

ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ରାଜନୈତିକ ଦଳ ମାନଙ୍କ ଭିତରେ ଚାଲିଛି ତୁ ତୁ ମେ ମେ । ନବୀନ ସରକାର ଚାଷୀ ବିରୋଧି,ଚାଷୀଙ୍କ ଭୋଟ ବ୍ୟାଙ୍କକୁ ନେଇ ରାଜନୀତି କରୁଛନ୍ତି ଏଭଳି କିଛି ଅଭିଯୋଗ ଆଣିଛି ବିରୋଧି ବିଜେପି । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଛନ୍ତି ପ୍ରଦୀପ ପୁରୋହିତ । କହିଛନ୍ତି ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ । ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରଦୀପ ପୁରୋହିତ କହିଛନ୍ତି, ’୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବଢାଇପାରିନେଲନି । ଚାଷୀଙ୍କ ଆୟକୁ ବିଚାର କଲେ ଓଡିଶା ଅନ୍ୟ ରାଜ୍ୟଙ୍କ ଠାରୁ ବହୁ ପଛରେ । କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ କହି ଶାସନକୁ ଆସିଲେ କିନ୍ତୁ ଶାସନକୁ ଆସିବା ପରେ ଚାଷୀଙ୍କୁ ମାତ୍ର ୪ ହଜାର ଟଙ୍କା ଧରାଇଦେଇ କାମ ସାରିଦେଲେ । ରାଜ୍ୟର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ନବୀନ ।

author

Related Articles

Leave a Reply

Your email address will not be published. Required fields are marked *