ବିଜେଡିକୁ ଟକ୍କର ଦେବା ପାଇଁ ପୁଣି ବିଜେପି ଖେଳିଲା ନୂଆ ଗେମ୍ । ସୁଭଦ୍ରା ପରେ ଏବେ ମାଗଣା ମହାପ୍ରସାଦ ଗୋଟି ଚଳାଇଲେ ମୋହନ ସରକାର । ହଁ ଆଜ୍ଞା, ଜନାଦେଶ କ୍ରମେ ବିଜେପି ସରକାରକୁ ଆସିଛି । କିନ୍ତୁ ବିଜେଡିର ଲୋକପ୍ରିୟତା ଆଗରେ ବିଜେପି ତିଷ୍ଠି ପାରୁନଥିବା କୁହାଯାଉଛି । ଖାସ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦିନକୁ ଦିନ ବଢୁଥିବାରୁ ଏହା ଆଗରେ ମୋହନ ସରକାରଙ୍କ ଯୋଜନା ଫେଲ ମାରୁଥିବା ସାଧାରଣ ଜନତା ମତପ୍ରକାଶ କରୁଛନ୍ତିା ଯାହାକୁ ଦୃଷ୍ଟିରେ ରଖି ଏବେ ବିଜେପି ଆଉ ଏକ ମାଷ୍ଟରଷ୍ଟ୍ରୋକ ଖେଳିଛି । ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି । ଯାହାକୁ ନେଇ ରାଜନୀତିର ମାହୋଲ ସରଗରମ ହେବା ସହ ନାନା ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି । କାରଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ନାହିଁ ନଥିବା ହଇରାଣ ହେଉଛନ୍ତିା ପୂବ ସରକାର କରିଥିବା ଏସି ସେଡକୁ ନୂଆ ସରକାର ହଟାଇ ଦେଇଛନ୍ତି । ଫଳରେ ଶ୍ରଦ୍ଧାଳୁମାନେ ବହୁ କଷ୍ଟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । କିନ୍ତୁ ସେସବୁ ପ୍ରତି ଧ୍ୟାନ ନଦେଇ ବିଜେପି ମାଗାଣ ମହାପ୍ରସାଦ ଦେବା ନେଇ ଘୋଷଣା କରିଛି । ଯାହାକୁ ନେଇ ଏବେ କନଫ୍ୟୁଜନ ସୃଷ୍ଟି ହୋଇଛି । ମହାପ୍ରସାଦ କେଉଁଠି ମିଳିବ , କିପରି ମିଳିବ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି ।
You can share this post!
author