ନବୀନଙ୍କ ଗିରଫ ଦାବି କରୁଥିଲେ; ଏବେ ପାଟିରେ ତାଲା ପକାଇ ବସିଛନ୍ତି ବିଜେପି ବିଧାୟକ !

ନବୀନଙ୍କ ଗିରଫ ଦାବି କରୁଥିଲେ; ଏବେ ପାଟିରେ ତାଲା ପକାଇ ବସିଛନ୍ତି ବିଜେପି ବିଧାୟକ !

କୁଆଡେ ଗଲେ ନବୀନଙ୍କ ଗିରଫ ଦାବି କରୁଥିବା ବିଜେପି ନେତା ତଥା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂବରୁ ଛାତି ବାଡେଇ କଥା କହୁଥିଲେ ଏବେ କାହିଁକି ଏକଦମ୍ ଚୁପ୍ ହୋଇଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ହଁ ଆଜ୍ଞା, ସରକାରକୁ ଆସିବା ପରେ ପରେ ପୁରା ଆଗ୍ରେସିଭ ମୋଡରେ ଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜିତିବା ଜୋଶରେ ଆସି କଣ ନାଁଇ କଣ କହି ଯାଉଥିଲେ । ଏପରିକି ପୂବତନ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି ମଧ୍ୟ କରିଥିଲେ । ଯାହାକୁ ନେଇ ସବୁଆଡେ ନାନା ତର୍କ ବିତର୍କ ଆରମ୍ଭ ହୋଇଯାଇଥିଲା । ବିଧାନସଭା ଅଧିବେଶନ ସମୟରେ ମଧ୍ୟ ତାଙ୍କର ଗୋଟିଏ ପରେ ଗୋଟିଏ ଭିନ୍ନ ରୂପ ଦେଖିବାକୁ ମିଳୁଥିଲା । ପଶ୍ଚିମବଙ୍ଗରେ ଜଣେ ମହିଳା ଡାକ୍ତରଙ୍କୁ ନେଇ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସମୟରେ ମଧ୍ୟ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ପ୍ରଶ୍ନ ଉଠାଇଥିଲେ । ଏବଂ ସରକାର ଚଳାଇବାରେ ସେ ସମ୍ପୂଣ୍ଣ ବିଫଳ ବୋଲି କହିଥିଲେ । କିନ୍ତୁ ଏବେ ନିଜେ ପୂରା ନିଦାବିଷ୍ଣୁ ସାଜିଥିବା ଆଲୋଚନା ହେଉଛିା ଖାସ କରି ସେ ଯେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ସେ ବିଭାଗ ସମ୍ପର୍କୀତ ଅନେକ ଅଭିଯୋଗ ନିତିଦିନ ସାମ୍ନାକୁ ଆସୁଛି । ସରକାର ବଦଳିବା ପରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳୁଛିା କେଉଁଠି ଡାକ୍ତରମାନେ ମନମାନୀ କରୁଛନ୍ତି ତ ଆଉ କେଉଁଠି ରୋଗୀମାନେ ଡାକ୍ତରଖାନାରେ ଅପଦସ୍ଥ ହେଉଥିବା ଖବର ସାମ୍ନାକୁ ଆସୁଛି । କିନ୍ତୁ ସବୁ ଦେଖି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହାକୁ ନେଇ ସବୁଆଡେ ଅସନ୍ତୋଷର ନିଆଁ କୁହୁଳୁଛି ।

author

Related Articles

Leave a Reply

Your email address will not be published. Required fields are marked *