କେନ୍ଦ୍ରୀୟ ବଜେଟକୁ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ସଭାପତି ନବୀନ ଟ୍ଟନାୟକ । ପୁଣି ଓଡିଶାକୁ ବିଜେପି ପାଦରେ ଆଡେଇ ଦେଇଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ । ହଁ ଦର୍ଶକବନ୍ଧୁ, ପ୍ରତିଶୃତି ଦେଇ ପ୍ରତିଶୃତି ରଖୁନି ଭାରତୀୟ ଜନତା ପାର୍ଟୀ । ନିର୍ବାଚନ ପୂର୍ବରୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିଲେ କଣ କଣ ଉନ୍ନତି ହେବ ସେନେଇ ପ୍ରତିଶୃତି ଦେଇଥିଲେ ବିଜେପିର ହାଇକମାଣ୍ଡ । କିନ୍ତୁ ଏବେ ସରକାରକୁ ଆସିବା ପରେ ଏବଂ ଖାସ କରି ବଜେଟ ଉପସ୍ଥାନ ବେଳେ ସେ ସବୁକୁ ଭୁଲିଯାଇଛି । ତୃତୀୟ ଥର ।ଇଁ କେନ୍ଦ୍ରରେ ବିଜେପି ଜିତିଥିବାରୁ ଯେଉଁମାନେ ବିଜେପିକୁ ଜିତାଇଛନ୍ତି ସେମାନଙ୍କୁ ବଜେଟ ଆକାରରେ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏଥିରେ ବି ଓଡିଶା ପଛରେ ପଡିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଏବଂ ଆନ୍ଧ୍ର କୁ ଯେତିକି ଗୁରୁତ୍ୱ ଦେଇଛନ୍ତି ସେତିକି ଗୁରୁତ୍ୱ ଓଡିଶାକୁ ଭାବିନାହାନ୍ତି । ବଜେଟରେ ଏହି ଦୁଇଟି ରାଜ୍ୟକୁ କୋଟି କୋଟି ଟଙ୍କା ର ପ୍ୟାକେଜ ପ୍ରଦାନ କରାଯାଇଥିବା ବେଳେ ଓଡିଶାକୁ କିଛି ବି ମିଳିନି । କୃଷି , ଏମଏସଏମଇଏବଂ ଶିଳ୍ପ ପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶୃତି ମିଳିଥିଲା କିନ୍ତୁ ସେ ସବୁ କିଛି ବଜେଟରେ ଉପସ୍ଥାନା କରାଯାଇନାହିଁ । ଖାଲି ସେତିକି ନୁହେଁ ଓଡିଶାରେ ୍ରାକୃତିକ ବିର୍ଯ୍ୟୟ ପାଇଁ ବିଜେଡି ସ୍ୱତନ୍ତ୍ର ଦାବି କରିଥିଲା କିନ୍ତୁ ଏହାକୁ ଗ୍ରହଣ କରାଯାଇନାହିଁ । କେବଳ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ଦିଆଯାଇଥିବା ସୂଚନା ରହିଛି । ଯାହାକୁ ନେଇ ନବୀନ ମୁହଁ ଖୋଲିବା ସହ ବିଜେପି ଉପରେ ଖୁବ ବର୍ଷିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଜେଟ ପାଇଁ ପ୍ରଧାମନ୍ତ୍ର୍ୀ ଏବଂ ଅର୍ଥମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
You can share this post!
author