ନବୀନଙ୍କ ନାଁ ନେଇ ମୁକେଶଙ୍କୁ ଝାଡିଦେଲେ ସୁଲତା !

ନବୀନଙ୍କ ନାଁ ନେଇ ମୁକେଶଙ୍କୁ ଝାଡିଦେଲେ ସୁଲତା !

ନବୀନଙ୍କ ନାଁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗକୁ ପାଠ ପଢାଇଲେ ସାଂସଦ ସୁଲତା ଦେଓ । ନବୀନଙ୍କ ପ୍ରତି ମନ୍ତ୍ରୀଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଝାଡିଦେଲେ ସୁଲତା । ହଁ ଆଜ୍ଞା, ମନ୍ତ୍ରୀ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଟାର୍ଗେଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରଥମ ବିଧାନସଭା ଅଧିବେଶନରେ ନବୀନଙ୍କ ଗିରଫ ଦାବି କରି ସେତେବେଳେ ତୀବ୍ର ସମାଲୋଚନାର ଶିକାର ହୋଇଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବେ ନବୀନଙ୍କୁ ଆୟୁଷ୍ମାନ କାର୍ଡଦେବା ନେଇ ବୟାନ ଦେଇ ପୁଣିଥରେ ସମାଲୋଚନାର ଶିକାର ହୋଇଛନ୍ତି । ରାଜ୍ୟସଭା ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ଭିଡିଓ ଜାରି କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପୋଲ୍ ଖୋଲିବା ସହ ତାଙ୍କୁ କଡା ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଏହା ସହ ତାଙ୍କ ନେତା ନବୀନ ପଟ୍ଟନାୟଙ୍କୁ ନୁହେଁ ବରଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଆୟୁଷ୍ମାନ କାର୍ଡର ଆବଶ୍ୟକତା ଅଛି ବୋଲି କହି କଟାକ୍ଷ କରିଥିବା ନଜର ଆସିଛନ୍ତି ।

ନିକଟରେ ବିଜେପି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଡ ବଣ୍ଟନ ହୋଇଥିଲା । ଆଉ ଏହାକୁ ନେଇ ବୟାନ ଦେଉଥିବା ବେଳେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆୟୁଷ୍ମାନ କାର୍ଡ ଦେବା ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ସୁଲତା ଏହାକୁ ନିନ୍ଦା କରିଛନ୍ତି । ଖୋଦ ବିରୋଧୀ ଥିବା ବେଳେ ମୁକେଶ ମହାଲିଙ୍ଗ ବିଜୁ ସ୍ୱାସ୍ଥ୍ୟ କାର୍ଡ ନିଜ ପରିବାର ପାଇଁ କରିଥିବା ସୁଲତା କହିବା ସହ ମୁକେଶଙ୍କ ମନ୍ତ୍ରୀପଦକୁ ଓଡିଆ ଢଗ ମାଧ୍ୟମରେ ଦୃଢ ନିନ୍ଦା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *