ନବୀନଙ୍କ ନାଲି ଆଖିକୁ ବେଖାତିର…ଶଙ୍ଖଭବନରେ ବାହୁବଳୀ ନେତାଙ୍କୁ ବିରୋଧ !

ନବୀନଙ୍କ ନାଲି ଆଖିକୁ ବେଖାତିର…ଶଙ୍ଖଭବନରେ ବାହୁବଳୀ ନେତାଙ୍କୁ ବିରୋଧ !

କ୍ଷମତାରେ ଥିଲେ ସବୁ ଠିକ ଚାଲିଥିଲା । ହାତରୁ କ୍ଷମତା ଖସିଲା ପରେ ସବୁକିଛି ଓଲଟପାଲଟା ହୋଇଗଲା । ହଁ ଦର୍ଶକବନ୍ଦୁ ଆମେ କହୁଛୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜୁ ଜନତା ଦଳର କଥା । ନବୀନ ବାବୁଙ୍କ ନାଲି ଆଖିରେ ସୁନାପିଲା ପରି କାମ କରୁଥିଲ ଦଳୀୟ କର୍ମୀଙ୍କ ଠାରୁ ଯେ ନେତାଙ୍କ ପର୍ଯ୍ୟନ୍ତ । କିନ୍ତୁ ହାତରୁ କ୍ଷମତା ଖସିବା ପରେ ଲଗାମ ଛଡା ହୋଇପଡିଛନ୍ତି ଦଳୀୟ କର୍ମୀ । ଉଗ୍ର ରୂପ ଧାରଣ କରିବାରେ ଲାଗିଛି ବିଜେଡିର ଗୋଷ୍ଠୀ କନ୍ଦଳ । ଭରତପୁର ଥାନା ଘଟଣାକୁ ନେଇ 6 ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ବିଜେଡି । କିନ୍ତୁ ପରେ ଏହାକୁ ପ୍ରତ୍ୟାହୃତ କରିଥିଲେ ସୁଦ୍ଧା ଶଙ୍ଖ ଭବନରେ ଦେଖାଦେଇଛି ଅସନ୍ତୋଷ । ହରତାଳର ରୂପରେଖ ନେଇ ଶଙ୍ଖଭବନରେ ପ୍ରସ୍ତୁତି ବୈଠକ ବସିଥିଲା ବୈଠକରେ ବିଜେଡିର ସମସ୍ତ କାଉନସିଲର ଓ ସମସ୍ତ ସଙ୍ଗଠକ ଉପସ୍ଥିତ ରହିଥିଲେ । ବିଜେଡିର ବରିଷ୍ଠ ନେତୃବୃନ୍ଦ ମଧ୍ୟ ଏଥିଲେ ସାମିଲ ହୋଇଥିଲେ । କିନ୍ତୁ ବୈଠକ ଆରମ୍ଭ ହେବା ପୂର୍ବରୁ ହିଁ ଦେଖା ଦେଇଥିଲା ଅସନ୍ତୋଷ । ବୈଠକରେ ବିଜେଡିର କର୍ପୋରେଟର ଅମରେଶ ଜେନାଙ୍କୁ କିଛି ଗୋଷ୍ଠୀ ବିରୋଧ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଜେଡିର ବାହୁବଳୀ କାଉନସିଲ ବିରଞ୍ଚି ନାରାୟଣ ମହାସୂପକାର ଓ ଅମରେଶ ଜେନାଙ୍କୁ ବିରୋଧ କରାଯାଇଥିଲା । ଏହି ଦୁହେଁ ଦଳ ବିରୋଧି କାର୍ଯ୍ୟ କରୁଥିବା କାରଣ ଦର୍ଶାଇ କର୍ପୋରେଟର ମାନେ ଏହି ଦୁହିଁଙ୍କୁ ବିରୋଧ କରୁଥିଲେ । ଏବଂ ବୈଠକରେ ଯୋଗ ଦେବାକୁ ସିଧା ସିଧା ମନା କରିଦେଲେ । ଶେଷରେ ପରିସ୍ଥିତି ଜଟିଳ ଆଡକୁ ଯିବା ପରେ ଏହି ଘଟଣାରେ ବିଜେଡିର ବରିଷ୍ଠ ନେତାଙ୍କୁ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ପଡିଲା । ତେବେ ଏହି ଘଟଣା ପରେ ଏବେ ଚିନ୍ତାରେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳକୁ ସଜାଡିବା ପାଇଁ ଯେତେ ଅଣ୍ଟା ଭିଡିଲେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଆଗକୁ ନିଜ ଦଳକୁ ମଜଭୁତ କରିବାରେ ନବୀନଙ୍କ କେଉଁ ନୂଆ ରଣନୀତି ସାମ୍ନାକୁ ଆସୁଛି ତାହା ଦେକିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *