ନବୀନଙ୍କ ପାଇଁ କାଳ ସାଜିଲେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ

ନବୀନଙ୍କ ପାଇଁ କାଳ ସାଜିଲେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ

ରାଜ୍ୟ ରାଜନୀତିର ବେଶ ଚର୍ଚ୍ଚିତ ଚେହେରା ହେଲେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ନବୀନ ସରକାରଙ୍କ ସମୟରେ ଚାରି ଚାରି ଥରର ବିଧାୟକ ଓ ପାଞ୍ଚ ପାଞ୍ଚ ଥର ସାଂସଦ ହେଉଛନ୍ତି ବାବା ପ୍ରସନ୍ନ ପାଟ୍ଟଶାଣୀ । ଶଙ୍ଖ ଟିକେଟରେ ପ୍ରତିଥର ନିର୍ବାଚନ ଲଢୁଥିଲେ କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଶଙ୍ଖପତିଙ୍କ ଅଣଦେଖା ବାବା ପ୍ରସନ୍ନଙ୍କ ରାଜନୈତିକ କ୍ୟାରିୟରେ ଆଣିଲା କିଛି ଅଲଗା ମୋଡ । ନା ଲୋକସଭା ଟିକେଟ ଦେଲେ ନା ରାଜ୍ୟସଭାକୁ ପଠାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁ ରଖିଲେ ଦଳରେ ଥାଇ ମଧ୍ୟ ଅଲୋଡା ପାଲଟିଥିବା ପ୍ରସନ୍ନ ପାଟ୍ଟଶାଣୀ ଶେଷରେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇ ବିଜେପିରେ ସାମିଲ ହୋଇଗଲେ । ଖାଲି ବିଜେପିରେ ମିଶିଗଲେ ସେୟା ନୁହେଁ ନବୀନ ଓ ପାଣ୍ଡିଆନଙ୍କ ଗୁମର ମଧ୍ୟ ଖୋଲିଲେ । ବିଜେଡି ପତନର କାରଣ ନେଇ ଏବେ ପର୍ଯ୍ୟନ୍ତ ମଧ୍ୟ ଶଙ୍ଖଭବନରେ ମାନସ ମନ୍ଥନ ଚାଲିଛି । ପରନ୍ତୁ ଏପଟେ ସୋସିଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ଭିକେ ପାଣ୍ଡିଆନଙ୍କ ପାଇଁ ଭାଙ୍ଗିଗଲା ବିଜେଡିର 24 ବର୍ଷର ଗଡ । ଏହି କଥା ସହ କଥା ମିଳାଇଛନ୍ତି ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ଏକ ଦୃଢ ପ୍ରାଚୀର ସଦୃଶ ଥିଲେ ବାବା ପ୍ରସନ୍ନ କିନ୍ତୁ ପାଣ୍ଡିଆନଙ୍କ ପାଇଁ ବୁଡିବାକୁ ବସିଥିଲା ବାବାଙ୍କ ରାଜନୈତିକ କ୍ୟାରିୟର । କଥା ଦେଇ କଥା ରଖୁନଥିବା ନବୀନଙ୍କ ପାଇଁ ଏବେ କାଳ ସାଜିଲେଣି ପ୍ରସନ୍ନ । କଥା ଦେଇଥିଲେ ରାଜ୍ୟସଭା ପଠାଇବେ ଅନେକ ଦାୟିତ୍ୱ ଦେବେ କିନ୍ତୁ ବାବା ପ୍ରସନ୍ନଙ୍କ ବୟସାଗତ ଓ ଭଲ ସଙ୍ଗଠନ ନଥିବା କାରଣ ଦର୍ଶାଇ ତାଙ୍କୁ ଦଳରୁ କୋଣଠେସା କରିଦିଆଗଲା । ଯାହାର ଫଳ ସ୍ୱରୂପ ବାବା ଏବେ ଭାରତୀୟ ଜନତା ପାର୍ଟିରେ । ବିନା କୌଣସି ପ୍ରତିଶ୍ରୁତିରେ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିଧାସଳଖ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ତେବେ ଗେରୁଆ ବାବାଙ୍କ ରାଜନୈତିକ ଭବିଷ୍ୟତ ବିଜେପିରେ କେଉଁ ମୋଡ ନେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *