ନବୀନଙ୍କ ଫିଟନେସକୁ ଦେଖି ଛାନିଆ ବିଜେପି !

ନବୀନଙ୍କ ଫିଟନେସକୁ ଦେଖି ଛାନିଆ ବିଜେପି !

ନିର୍ବାଚନ ପରେ କେମିତି ଏତେ ଫିଟ୍ ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । କଣ ରହିଛି ଏହା ପଛର କାରଣ । ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ହଁ ଆଜ୍ଞା, ରାଜ୍ୟରେ ସରକାର ବଦଳିବା ସହ ଅନେକ କିଛି ବଦଳିଯାଇଛି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବଦଳିଯାଇଛନ୍ତି । ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଉଥିବା କହି ଅନ୍ୟ ଦଳର ନେତାମାନେ ତାଙ୍କୁ ଟାର୍ଗେଟ କରୁଥିଲେ । ଏପରିକି ପାଣ୍ଡିଆନଙ୍କ ବିନା ସେ କିଛି ବି କରିପାରିବେନି ବୋଲି କଟାକ୍ଷ କରୁଥିଲେ । ଏବଂ ଖୁବଶୀଘ୍ର ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏବେ ଯେଉଁ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳୁଛି ସେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । କାହିଁକି ନା ନବୀନ ବାବୁ ଏବେ ପୂରା ଫିଟ୍ ରହିଥିବା ନଜର ଆସୁଛନ୍ତି । ସେ ନିଜ କାମ କରିବା ସହ ଦଳର ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି । ଖାଲି ସେତିକି ନୁହେଁ ସଭା ସମିତିରେ ଯୋଗ ଦେବା ସହ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖୁଛନ୍ତି । ନିକଟରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନବୀନ । କିଛି ବିଧାୟକ ପହଞ୍ଚିବା ପରେ ହସ ହସ ମୁହଁରେ ବିଧାନସଭାରେ ପହଞ୍ଚିଥିଲେ ନବୀନ । ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ । ବିଧାନସଭା ଭିତରେ ପ୍ରଥମେ କଂଟାବାଞ୍ଜିରୁ ତାଙ୍କୁ ପରାସ୍ତ କରିଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ କଥା ହୋଇଥିଲେ । ପରେ ବିଧାୟକ ଭାବେ ଶପଥ ନେଇଥିଲେ । ତେବେ ଏସବୁ କରିବା ସମୟରେ ସେ କାହାର ବି ସାହାଯ୍ୟ ନେଇନଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର‌୍ୟ୍ୟ ହୋଇପଡିଥିଲେ । ଏପରିକି ଅନେକ ନେତା ମଧ୍ୟ ନବୀନ ବାବୁ ଏପରି ଫିଟ୍ ନେସ ଦେଖି ଚକିତ ଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନ ପୂର୍ବ ରୁ ଏବଂ ନିର୍ବାଚନ ପରେ ନବୀନଙ୍କ ହଠାତ୍ ଏପରି ପରିବର୍ତ୍ତନ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

author

Related Articles

Leave a Reply

Your email address will not be published. Required fields are marked *