ନବୀନଙ୍କ ବଡ ଘୋଷଣା !

ନବୀନଙ୍କ ବଡ ଘୋଷଣା !

ଆଜି ବିଜେଡି କରିବ ଏକ ବଡ ଘୋଷଣା । ବିଧାନସଭାରେ କିଏ ଧରିବ ବିରୋଧୀ ଦଳର ମଙ୍ଗ, କିଏ ଶାସନ ଦଳକୁ ପାଣି ପିଆଇବ ସେନେଇ ନିଷ୍ପତ୍ତି ଆସିବ । ତେବେ ଏପ୍ରଶ୍ନ ନିର୍ବାଚନ ଫଳାଫଳ ବାହାରିବା ଦିନଠାରୁ ସମସ୍ତଙ୍କ ମନରେ ଉଙ୍କି ମାରିଥିବା ବେଳେ ଆଜି ଏହାର ଉତ୍ତର ସାମ୍ନାକୁ ଆସିବାକୁ ଯାଉଛି । ଆଜି ବିଜେଡି କାର୍ଯ୍ୟାଳୟରେ ଏ ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ବିରୋଧୀ ଆସନରେ କିଏ ବସିବ ସେନେଇ ନିଷ୍କର୍ଷ ବାହାରିବ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ବିରୋଧୀ ଦଳର ମୁଖିଆ ହେବେ ବୋଲି ଆଶଙ୍କା ରହିଛି । ବିଜେଡିର ଅନେକ ନେତା ତାଙ୍କ ନାଁ ପ୍ରସ୍ତାବ ଦେଇଥିବା ଶୁଣିବାକୁ ମିଳୁଛିା ତେବେ ପ୍ରଶ୍ନ ଉଠୁଛି ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଖୁବ୍ କମ୍ ବିଧାନସଭା ଆସୁଥିଲେ। ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି। ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର‌୍ୟ୍ୟଙ୍କ ନାମ। ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ସମସ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ନବୀନ ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଶାସକ ଦଳର ଅନେକ ନେତା ମଧ୍ୟ ଦାବି କରୁଥିଲେ । ତେବେ ନବୀନ ପ୍ରଥମ ଥର ବିରୋଧୀ ଦଳ ପକ୍ଷରୁ ସ୍ୱର ଉଠାଉଥିବା ବେଳେ ଦେଖାଯାଉ ସେ କିପରି ମୋହନ ସରକାରଙ୍କୁ ପାଣି ପିଆଉଛନ୍ତି ଏବଂ ଶାସକ ଦଳର ଦୋଷ ଦୁବଳତାକୁ କିପରି ଜନସାଧାରଣଙ୍କ ସାମ୍ନାକୁ ଆଣୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *