ନବୀନଙ୍କ ବଡ ନିଷ୍ପତ୍ତି…

ନବୀନଙ୍କ ବଡ ନିଷ୍ପତ୍ତି…

ମହାପ୍ରଭୁଙ୍କ ସୁନାବେଶରେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୫୦ ଜଣ ବିଜେଡି ବିଧାୟକଙ୍କୁ ବାଣ୍ଟିଛନ୍ତି ନୂଆ ଦାୟିତ୍ୱ । ମହାପ୍ରଭୁଙ୍କ ଘୋଷ ଯାତ୍ରାରୁ ବିଜେଡିର ନବକଳେବର ଆରମ୍ଭ ହୋଇଛି । ରଥ ଯାତ୍ରାରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଶପଥ ନେଇଛନ୍ତି । କିପରି ରାଜ୍ୟରେ ଶାସକ ଦଳ ଉପରେ ବିରୋଧୀ ଭାରି ପଡିବେ ସେନେଇ ରଣନୀତି ପ୍ରସ୍ତୁତ କରିବା ସହ ମହାପ୍ରଭୁଙ୍କ ଗୋଟିଏ ପରେ ଗୋଟିଏ ନୀତି ସରିବା ପରେ ନବୀନ ଦଳରେ ପରିବର୍ତ୍ତନ କରୁଛନ୍ତି । ଏବଂ ଦଳୀୟ ନେତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ତେବେ ରଥ ଯାତ୍ରା ଦିନ ନବୀନ ଦଳର କିଛି କମିଟି ଭାଙ୍ଗିବା ସହ କିଛି ନୂଆ କମିଟି ଗଠନ କରିଥିଲେ । ଆଉ ଏବେ ମହାପ୍ରଭୁଙ୍କ ସୁନାବେଶ ଦିନ ନବୀନ ୫୦ଜଣ ବିଜେଡି ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବାଣ୍ଟିଛନ୍ତି । ଶାସକ ଦଳର ନେତା ମାନେ କିପରି କାର୍ଯ୍ୟ କରୁଛନ୍ତି ସେ ଦିଗରେ ନଜର ରଖିବା ପାଇଁ ସେମାନଙ୍କୁ ବିଭାଗ ହସ୍ତାନ୍ତର କରିଛନ୍ତି ନବୀନ । ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଦୁଇ ତିନି ଜଣଙ୍କୁ ନିଯୁକ୍ତି ମିଳିଛି । ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମିଳିଛି ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ। ସେହିଭଳି ପ୍ରମିଳା ମଲ୍ଲିକ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ବିଭାଗ, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ , ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ, ପ୍ରତାପ ଦେବଙ୍କୁ ସାଧାରଣ ପ୍ରଶାସନ, ଅରୁଣ ସାହୁଙ୍କୁ ଜଳସମ୍ପଦ, ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି ବିଭାଗ ବାଣ୍ଟିଛନ୍ତି ନବୀନ। ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ଭାବେ ଘେରିବା ପାଇଁ ବିଜେଡି ଏହି କୌଶଳ ଆପଣାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଅନ୍ୟପଟେ ନବୀନଙ୍କ ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ରାଜନୈତିକ ସମୀକ୍ଷକମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । କାରଣ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଶାସକ ଦଳ ଭଳି ଦାୟିତ୍ୱ ବାଣ୍ଟିଛି । ଅନେକ ଏହାକୁ ଲୋକଙ୍କୁ ବିଜେଡି ସହିତ ଜଡିତ ରଖିବାକୁ ରଣନୀତି ବୋଲି କହିବା ସହ ବିଧାନସଭାରେ ବିଜେଡିର ସ୍ୱରକୁ ଶାଣିତ କରିବାରେ ଏହା ସହାୟକ ହେବ ବୋଲି ଆଲୋଚନା କରୁଛନ୍ତି । ତେବେ ଦେଖାଯାଉ ନବୀନଙ୍କ ଏହି ନୂଆ ଇନିଂସ କେତେ ସଫଳ ହେଉଛି ଏବଂ ଶାସକ ଦଳ ଉପରେ ଏହା କେତେ ପ୍ରଭାବ ପକାଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *