ବଢିବାରେ ଲାଗିଛି ନବୀନଙ୍କ କ୍ରେଜ । ନବୀନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଓଡିଶାବାସୀ । ହଁ ଦର୍ଶକବନ୍ଧୁ ବିଜେଡି ପୁଣିଥରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଗତକାଲି ଅକ୍ଟୋବର 21 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ଓ ବ୍ଲକରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଚାଲୁ ରହିବ । ଓଡିଶାର ସ୍ୱାର୍ଥ ପାଇଁ ରଣହୁଙ୍କାର ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ଦରଦାମ ବୃଦ୍ଧି,ନାରୀ ନିର୍ଯ୍ୟାତନା ,ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି ପ୍ରସଙ୍ଗ ସବୁକୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଡବଲ ଇଞ୍ଜିନ ସରକାରର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବ ବିଜେଡି । ତେବେ ଅକ୍ଟୋବର 2 ତାରିଖରୁ ବିଜେଡିର ପ୍ରଥମ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ 10 ତାରିଖରେ ସରିଥିଲା । ଏବଂ ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ହିଁ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଥିଲା । ନବୀନଙ୍କ ଏପରି ଲୋକପ୍ରିୟତା ଦେଖି ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହେଉଥିବା ଭାରତୀୟ ଜନତା ପାର୍ଟିର ନିଦ ହଜିଗଲାଣି । ତେବେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ସହ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ସଭ୍ୟ ସଂଗ୍ରହ ଅକ୍ଟୋବର 9 ତାରିଖରୁ ଆରମ୍ଭ କରି ଡିସେମ୍ୱର 9 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ବିଜେଡି ନିଜର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରଖିଛି । ଏବର୍ଷ ମଧ୍ୟ ପ୍ରାୟ 1 କୋଟି ସଭ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତି ଜିଲ୍ଲା ଓ ବ୍ଲକରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ପଦଯାତ୍ରାରେ ବିଜେଡି 2500 ଲୋକ ବିଜେଡି ସହ ଯୋଡି ହୋଇଥିଲେ । ବିଜେଡି ସରକାରରେ ଥିବା ସମୟରେ ଲୋକଙ୍କ ସେବା କରୁଥିଲା ଏବଂ ସରକାରରୁ ହଟିବା ପରେ ବି ଲୋକଙ୍କ ସେବା କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବିଜେଡିର ଏହି ସଭ୍ୟ ସଂଗ୍ରହ ଅଭିଯାନ ମୋହନଙ୍କ ମୁଣ୍ଡ ବିନ୍ଧା ବଡାଇଦେଇଛି ।
You can share this post!
author