ନବୀନଙ୍କ ଲୋକପ୍ରିୟତା ଆଗରେ ଚାଲିଲାନି ମୋହନଙ୍କ ଗୋଟି

ନବୀନଙ୍କ ଲୋକପ୍ରିୟତା ଆଗରେ ଚାଲିଲାନି ମୋହନଙ୍କ ଗୋଟି

ବିଜେପିକୁ ଚକମା ଦେଲା ବିଜେଡି । ବିନା ନିର୍ବାଚନରେ ନିର୍ବାଚନ ଜିତିଲା ବିଜୁ ଜନତା ଦଳ । ହଁ ଆଜ୍ଞା ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ଜିତିବା ପରେ ସବୁ କିଛି ଜିତି ଯାଇଥିବା ପରି ବ୍ୟବହାର କରୁଥିଲେ । କିନ୍ତୁ ଏବେ ରାଜ୍ୟରେ ତାଙ୍କ ସ୍ଥିତି କଣ ରହିଛି ତାହା ସାଧାରଣ ଜନତାଙ୍କ ସହ ନିଜେ ବିଜେପି ମଧ୍ୟ ବୁଝିଯାଇଛି । ତେବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ବିଜେପି ବ୍ଲକ ଏବଂ ପଞ୍ଚାୟତ ଉପରେ ନଜର ପକାଇଥିଲା । ଆଉ ଏହି ସବୁ ପଦ ହାତେଇବା ଉଦ୍ଦେଶ୍ୟରେ ଯୋଜନା କରି କାଉନସିଲର ମାନଙ୍କୁ ଏକାଠି କରି ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣୁଥିଲେ । ଯାହା ଫଳରେ ସାଧାରଣ ନିର୍ବାଚନର ଦୁଇ ମାସ ପରେ ଗାଁ ରାଜନୀତି ଉଷ୍ମ ହେଲା । ୬ଟି ବ୍ଲକରେ ଉପନିର୍ବାଚନ ମଧ୍ୟ କରାଗଲା । କିନ୍ତୁ ଏହି ଉପନିର୍ବାଚନ କରାଇ ବିଜେପି ନିଜ ଗୋଡରେ ନିଜେ କୁରାଢି ମାରିଥିବା ସ୍ପଷ୍ଟ ହୋଇପଡିଛି । କାରଣ ଯେଉଁ ୬ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ବିଜେଡିର ବଡ ବିଜୟ ହୋଇଛି । ତେବେ ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ସଭାପତି, ୩ଟି ବ୍ଲକ ଅଧ୍ୟକ୍ଷ ଏବଂ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଭାପୁର, ରାଇଘର ବ୍ଲକ ଅଧ୍ୟକ୍ଷ ସହ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ସେହିପରି ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଏବଂ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦ ଅକ୍ତିଆର କରିଛି ବିଜେପି । କିନ୍ତୁ ବିଜେପି ବିଜେଡିକୁ ଦୁର୍ବଳ କରିବାକୁ ଯେଉଁ ଚେଷ୍ଟା କରିଥଲା ତାହା ଏବେ ଫେଲ ମାରିଛି । ଏବଂ ଏଥିରୁୃ ବିଜେଡି ଏବେ ବି ତୃଣମୂଳ ସ୍ତରରେ ମଜବୁତ ଥିବା ସ୍ପଷ୍ଟ ହେଉଛି । ଏବଂ ବିଜେଡି ପ୍ରତି ଏବେ ବି ଲୋକଙ୍କ ସମର୍ଥନ ଥିବା ଦେଖିବାକୁ ମିଳୁଛିା ତେବେ ଆଗକୁ ପଞ୍ଚାୟତ ନିବାଚନ ଥିବାରୁ ଦେଖାଯାଉ ଏଥିରେ କିଏ ବାଜିମାତ କରୁଛି ଏବଂ ଉଭୟ ଦଳରଷ୍ଟ୍ରାଟେଜୀ କଣ ରହୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *