ନବୀନଙ୍କ ଷ୍ଟ୍ରୋକରେ ସମୀର ଭାଇନା ଚୁପ୍ !

ନବୀନଙ୍କ ଷ୍ଟ୍ରୋକରେ ସମୀର ଭାଇନା ଚୁପ୍ !

ଓଡିଶା ରାଜନୀତିର ନିମାପଡା ବିଧାନସଭା ଆସନର ଜଣେ ବିଗ ଫ୍ୟାକଟର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏବେ ସେ ବିଜୁ ଜନତା ଦଳରୁ କୋଣଠେସା ହୋଇଯାଇଛନ୍ତି । ରାଜନୀତି ମଇଦାନରେ ବେଶ ସକ୍ରିୟ ସମୀର ଭାଇନା ଏବେ ସମ୍ପୂର୍ଣ୍ଣ ନିରବ । ଚଳିତ ନିର୍ବାଚନରେ ନିମାପଡାରୁ ଟିକେଟ ଆଶାୟୀ ଥିବା ଭାଇନାଙ୍କୁ ବିଜେଡି ସୁପ୍ରିମୋ ଭୂଆଁ ବୁଲାଇ ବୁଲାଇ ଶେଷରେ ଦଳରୁ କୋଣଠେସା କରିଦେଲେ । ତାଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରାଇଛି । ଯେଉଁଥିପାଇଁ ନିମାପଡା ରାଜନୀତି ଏଥର ରୋଚକ ହୋଇପାରେ । କାହିଁକିନା ସମୀରଙ୍କ ଟିକେଟ କଟିବା ପରେ ସେ ନିଜର ସମର୍ଥକଙ୍କୁ ମେଳି କରି ବିଜେଡି ବିରୁଦ୍ଧରେ ଗର୍ଜନ କରୁଥିଲେ ଏବଂ ଦିଲ୍ଲୀପଙ୍କ ଟିକେଟ କାଟି ପୁଣିଥରେ ତାଙ୍କ ଟିକେଟ ଫେରାଇ ଆଣିବା ପାଇଁ ଲବି କରୁଥିଲେ । ହେଲେ ବିଜେଡି ସୁପ୍ରିମୋ ସେଥିରୁ ମଧ୍ୟ ତାଙ୍କୁ ନିରାଶ କରିଦେଲେ । ଟିକେଟ ବଦଳରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଦେଲେ । ଯେଉଁତିରୁ ବୁଝିଗଲେ ସମୀର ଭାଇନା । ସେଇଥିପାଇଁ ତ ଯେବେଠାରୁ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି ସେବେଠାରୁ ସେ ମୁହଁ ବନ୍ଦ କରି ଅଛନ୍ତି । ଟିକେଟ କଟିବା ପରେ ସମୀର ଭାଇନା ଯେଉଁ ରଣହୁଙ୍କାର ଦେଉଥିଲେ ତାହା ଆଉ ନାହିଁ । ଟିକେଟ ବଦଳରେ ନୂଆ ଦାୟିତ୍ୱ ଆଉ ସେତିକିରେ ସନ୍ତୁଷ୍ଟ ସମୀର ଭାଇନା । ତାଙ୍କୁ ନେଇ ସ୍ୱାଧାନ ପ୍ରାର୍ଥୀ ହୋଇ ଲଢିବା ପାଇଁ ଯେଉଁ ଆଲୋଚନା ହେଉଥିଲା ତାହା ଉପରେ ବ୍ରେକ ଲାଗିଛି । ତେବେ ଆଗକୁ କଣ ହେବ ଭାଇନାଙ୍କ ରାଜନୈତିକ କ୍ୟାରିୟର ବିଜେଡିରେ ରହି ନୂଆ ଦାୟିତ୍ୱ ତୁଲାଇବେ ନା ଅନ୍ୟକିଛି ନିଷ୍ପତ୍ତି ନେବେ ।

author

Related Articles

Leave a Reply

Your email address will not be published. Required fields are marked *