ନବୀନଙ୍କ ସପୋର୍ଟରେ ପୁଣି ବାହାରିଲେ ଶ୍ରୀମୟୀ

ନବୀନଙ୍କ ସପୋର୍ଟରେ ପୁଣି ବାହାରିଲେ ଶ୍ରୀମୟୀ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ପୁଣି ବାହାରିଲେ ଶ୍ରୀମୟୀ ମିଶ୍ର । ନବୀନଙ୍କ ପୋଷ୍ଟକୁ ନିଜ ସୋସିଆଲ ମିଡିଆରେ ସେୟାର କଲେ ଶ୍ରୀମୟୀ । ନିର୍ବାଚନ ପରଠାରୁ ରାଜନୀତି ତଥା ବିଜେଡିରେ ଇନ ଆକ୍ଟିଭ ଥିବା ଶ୍ରୀମୟୀ ପୁଣି ଥରେ କନଫ୍ୟୁଜନ ସୃଷ୍ଟି କରିଛନ୍ତି । ଗୋଟିଏ ପଟେ ବିଜେଡିରେ ଥାଇ ବି ବିଜେଡିରେ ନଜର ଆସୁନାହାନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ନେଇ କନଫ୍ୟୁଜନ ସୃଷ୍ଟି ହେଉଛି କି ଶ୍ରୀମୟୀ ଦଳରେ ଅଛନ୍ତି ନା ନାହାନ୍ତି । କାରଣ ଟିକେଟ କଟିବା ପରଠାରୁ ସେ ଦଳ ଉପରେ ଅସନ୍ତୁଷ୍ଟ ରହିଥିଲେ । କିନ୍ତୁ ଦଳରେ ତାଙ୍କର ଗୁରୁତ୍ୱ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନବୀନ ତାଙ୍କୁ ଗୋଟିଏ ପରେ ଗୋଟିଏ ଦାୟିତ୍ୱ ଦେଇଚାଲିଛନ୍ତିା ପ୍ରଥମେ ଦଳର ଷ୍ଟାର ପ୍ରଚାରକରେ ସ୍ଥାନ ପରେ ଦଳର ମୁଖ୍ୟପାତ୍ର ଭାବରେ ନିଯୁକ୍ତି । କିନ୍ତୁ କୌଣସି ବି ଦାୟିତ୍ୱ ଶ୍ରୀମୟୀ ନିଭେଇଥିବା ଦେଖିବାକୁ ମିଳୁନି । ଏପରିକି ନିର୍ବାଚନ ପୂର୍ବରୁ ଯେପରି ଦଳ ଠାରୁ ଦୂରରେ ରହିଥିଲେ ସେହିପରି ନିର୍ବାଚନ ପରେ ବି ଦଳ ଠାରୁ ଦୂରରେ ରହିଛନ୍ତି । ନା ଦଳୀୟ କାର୍ଯ୍ୟକ୍ରମ ନା ଦଳୀୟ ବୈଠକରେ କେଉଁଠି ବି ତାଙ୍କର ଛାଇ ପଡୁନି । କିନ୍ତୁ ନବୀନଙ୍କୁ ସମ୍ମାନ ଦେବାରେ ସେ ପଛଘୁଞ୍ଚା ଦେଉନାହାନ୍ତି । ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀମୟୀ ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରି ତାଙ୍କ ଭୂମିକା ଏବଂ ଓଡିଶା ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ବଖାଣିଥିଲେ । ଆଉ ଏବେ ରାଜ୍ୟରେ ଆଳୁ ସମସ୍ୟା ଦେଖାଦେଇଥିବା ବେଳେ ବିରୋଧୀ ଦଳରେ ଥାଇ ବି ନବୀନ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ । ଏବଂ ଓଡିଶାକୁ ଆଳୁ ରପ୍ତାନୀ ପାଇଁ ଚିଠି ମାଧ୍ୟମରେ ନିବେଦନ କରିଥିଲେ । ଯାହାକୁ ଶ୍ରୀମୟୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିଜ ଫେସବୁକ ଷ୍ଟୋରୀରେ ସେ ଏହାକୁ ସେୟାର କରିଥିବା ଦେଖିବାକୁ ମିଳିଛି ।ଏବଂ ଏହିଥିରୁ ହିଁ ସ୍ପଷ୍ଟ ହୋଇପଡୁଛି ଯେ ଶ୍ରୀମୟୀ ନବୀନ ଙ୍କୁ ପୂର୍ବପରି ସମ୍ମାନ ଦେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଶ୍ରୀମୟୀ ନବୀନଙ୍କ ସହ ନଜର ଆସୁଛନ୍ତି ଏବଂ ନବୀନଙ୍କ ସହ ମିଶି ବିଜେପିକୁ ଟାଗେଟ କରୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *