ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିବାକୁ ରେଡୀ ହେଉଛନ୍ତି କି ଅମର ?

ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିବାକୁ ରେଡୀ ହେଉଛନ୍ତି କି ଅମର ?


ବିଜେଡିକୁ ନେଇ ଦିନକୁ ଦିନ ବଢୁଛି କନଫ୍ୟୁଜନ । କେତେବେଳେ ବିଜେଡି ପୁଣି ଥରେ ତା ଫର୍ମକୁ ଫେରୁଥିବା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ପୁଣି ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବାର ଦେଖିବାକୁ ମିଳୁଛି । ଆଉ ଏବେ ତ ଏହା ଶୀର୍ଷ ଛୁଇଁଛି । କାରଣ ଦଳର ବରିଷ୍ଠ ନେତା ମୁହାଁମୁହିଁ ହୋଇଛନ୍ତି । ଏବଂ ଏଥିରୁ ହିଁ ଯେଉଁନେତାଙ୍କୁ ନେଇ ନିବାଚନ ସମୟରୁ ହିଁ ଅନେକ ଚର୍ଚ୍ଚା ଲାଗି ରହିଥିଲା ତାହା ଏବେ ସତରେ ପ୍ରମାଣିତ ହୋଇଛି । ତେବେ ଆମେ କହୁଛୁ ବଡଚଣାର ପୂବତନ ବିଧାୟକ ତଥା ବରିଷ୍ଠ ନେତା ଅମର ଶତପଥୀଙ୍କ କଥା । ନିବାଚନରେ ଟିକେଟ କଟିବା ପରଠାରୁ ଅମର ଶତପଥୀଙ୍କ ଆଉ ବିଜେଡିରେ ଦେଖାଦର୍ଶନ ମିଳୁନଥିଲା । ନା ସେ ଦଳୀୟ କାଯ୍ୟକ୍ରମରେ ନଜର ଆସୁଥିଲେ ନା ଦଳୀୟ ନେତାଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଥିଲ।। ଯେଉଁଥିରୁ ଆଶଙ୍କା କରାଯାଉଥିଲା ଯେ ଟିକେଟ କଟିବା ରାଗରେ ଅମର ଏପରି ବ୍ୟବହାର କରୁଛନ୍ତି । ଆଉ ତାହା ଏବେ ସତ ରେ ପରିଣତ ହୋଇଛି । ତେବେ ଏକ ଗଣମାଧ୍ୟମର ସାକ୍ଷାତକାରରେ ଅମର କହିଥିଲେ ଯେ, ସେ ଆଉ ଦଳରେ ନାହାନ୍ତି ବୋଲି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର ଦାୟିତ୍ବ ନେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିଥିଲେ ଅମର ଶତପଥୀ । ଅମରଙ୍କ ଏଭଳି ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଏହାପରେ ଯଦି ଦଳରେ ଅଣନିଶ୍ବାସୀ ହେବା ଭଳି ଅମର ଅନୁଭବ କରୁଛନ୍ତି, ତେବେ ଦଳ ଛାଡି ଚାଲିଯିବାକୁ କହିଛନ୍ତି ଲେନିନ ।ଅମର ତାଙ୍କ ପୁତୁରାଙ୍କୁ ଆଗରୁ ବିଜେପିକୁ ପଠାଇଛନ୍ତି, ସେ ତାଙ୍କ ପୁତୁରାଙ୍କ ପଦାଙ୍କ ଅନୁସରଣ କରି ଚାଲିଗଲେ ଭଲ ହେବ । ଯାହାର କାଉଣ୍ଟର ମଧ୍ୟ ଅମର ଶତପଥୀ ରଖିଥିଲେ । ଏବଂ ସେ ଦଳରେ ନାହାନ୍ତି କି ଦଳର ସଦସ୍ୟତା ଗ୍ରହଣ କରିନାହାନ୍ତି ବୋଲି କହିଥିଲେ । ଏପରିକି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ଅମରଙ୍କୁ ଦ ଳ ଗ୍ରହଣ କରିବ ନା ନାହିଁ ସେନେଇ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇପଡୁଛି ଯେ ଅମର ମଧ୍ୟ ଅନ୍ୟ ନେତାଙ୍କ ପରି ପୂବରୁ ବିଜେପି ଲିଙ୍କରେ ଅଛନ୍ତି ବୋଲି । ଏହାସହ ପ୍ରତିଦିନ ସେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ସେ ବିଜେପିରେ ମିଶିବେ ବୋଲି ଆଶଙ୍କା କରାଯାଉଛି । ତେବେ ଦେଖିବାକୁ ବାକି ରହିଲା ଅମର ମୋହନଙ୍କ ହାତ କେବେ ଧରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *