ଏଠି କଣ ଚାଲିଛି ? ନବୀନ କହିଲେ ଯାଅ ଦେଖ ଏମିତି କେମିତି ହେଲା | ନବୀନ ପଦେ କଥା ରେ ପହଁଚିଲେ ଫେକ୍ଟ ଫାଇଣ୍ଡିଙ୍ଗ ଟିମ |ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ମାନ୍ୟବର ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ପୂର୍ବତନ ସାଂସଦ ଓ ଖଲ୍ଲିକୋଟ ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ! ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ହାରିବା ପରେ ଅଧିକ ଆକ୍ଟିଭ ହୋଇଯାଇଛନ୍ତି ନବୀନ |ମୋହନଙ୍କ ଆଗରୁ ଟିମ ପଠାଇ ସାରିଲେଣି ବୋଧେ |
ତେବେ ମା’ଙ୍କ ମନ୍ଦିରରେ ଗତ କିଛି ମାସ ହେବ କିଛି ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସିସିଟିଭି ସିସିଟିଭି ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଏପରିକି ଗ ଗତ ୨୧ ତାରିଖରେ ଏସମ୍ପର୍କରେ ମନ୍ଦିର କମିଟି ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା । ହେଲେ ସିସିଟିଭି ସଂଯୋଗ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇବାକୁ ଦେଖିବାକୁ ମିଳିଛି । ସକାଳେ ମନ୍ଦିରର ପୂଜକ ପହଡ ଖୋଲିବା ପରେ ଏଭଳି ଦୃଶ୍ଯ ଦେଖିବାକୁ ମିଳିଥିଲା । ପରେ ମନ୍ଦିର ପରିସରରୁ ଏହି ସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା । ମନ୍ଦିରର ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ପହଞ୍ଚି ଚୋରି ସାମଗ୍ରୀର ଅନୁଧ୍ୟାନ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନୁ ଆରମ୍ଭ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବି ତଥା ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠ ରୁ ଚୋରି ହୋଇଥିବା ଘଟଣାକୁ ନେଇ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଓ ଖଲ୍ଲିକୋଟ ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଓ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଫେକ୍ଟ ଫାଇଣ୍ଡିଂ ଟିମ ମା ତାରାତାରିଣୀ ମନ୍ଦିର ଯାଇ ତଦାରଖ କରିଥିଲେ |