ନବୀନ ଖେଳିଲେ ରଣନୀତି,କାମ କଲାନି ମୋହନଙ୍କ ଷ୍ଟ୍ରାଟେଜି

ନବୀନ ଖେଳିଲେ ରଣନୀତି,କାମ କଲାନି ମୋହନଙ୍କ ଷ୍ଟ୍ରାଟେଜି

ହଁ ଦର୍ଶକବନ୍ଧୁ ସାଧାରଣ ନିର୍ବାଚନରେ ପରେ ଏବେ ଜମୁଛି ଗାଁ ରାଜନୀତି । ଓଡିଶାରେ ଚାରୋଟି ବ୍ଲକରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସବୁଥିରେ ବାଜିମାତ କରିଛି ବିଜ ଜନତା ଦଳ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । କିନ୍ତୁ ନିଜର ଦଳକୁ ସୃଦୁଢ କରିବା ପାଇଁ ଅଣ୍ଟା ଭିଡିଥିଲେ ନବୀନ । ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ଯେ ତୃଣମୂଳ ସ୍ତରରେ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ ଘନ ଘନ ନବୀନ ନିବାସ ଡକାଇ ବୈଠକ କରିଥିଲେ । ଯାହାର ଫଳ ସ୍ୱରୂପ ଚାରୋଟି ବ୍ଲକରେ ହୋଇଥିବା ଉପନିର୍ବାଚନରେ ମଧ୍ୟରେ ତିନୋଟିରେ ବାଜିମାତ କରିଛି ବିଜୁ ଜନତା ଦଳ । ତିନୋଟି ବ୍ଲକ ଅଧକ୍ଷ ଓ ଗୋଟିଏ ଉପାଧକ୍ଷ ନିର୍ବାଚନ ହୋଇଥିଲା । ନୟାଗଡ ଜିଲ୍ଲାର ଭାପୁର ଓ ନବରଙ୍ଗ ଜିଲ୍ଲାର ରାଇଘର ବ୍ଲକକୁ ଦଖଲ କରିଛି ବିଜେଡି । ଏଥିରୁ ସ୍ପଷ୍ଟ ଜଣାପଡୁଛି ସାଧାରମ ନିର୍ବାଚନ ପରେ ନବୀନଙ୍କ ରଣନୀତି ଠିକ କାମ ଦେଉଛି । ରାଜ୍ୟରେ ଯେଉଁଭଳି ଭାବେ ବିଜେଡିର ଗଡ ଛିଡିବାରେ ଲାଗିଥିଲା ଏବଂ ବିଜେଡିରେ ଦଳୀୟ କନ୍ଦଳ ବୃଦ୍ଧି ପାଉଥିଲା ବ୍ଲକ ଉପନିର୍ବାଚନରେ ବିଜେଡିର ଏଭଳି ବିଜୟ ଅସମ୍ଭବ ମନେ ହେଉଥିଲା । ପରନ୍ତୁ ଉପନିର୍ବାଚନରେ ଶଙ୍ଖ ବଜାଇ ବାଜିମାତ କରିଦେଲେ ନବୀନ । ବିଜେଡିର ଏଭଳି ବିଜୟ ବିଜେପିକୁ ଦେଇଛି ଶକ୍ତ ଝଟକା । ତେବେ ପଞ୍ଚାୟତ ସ୍ତରରେ ହୋଇଥିବା ଏହି ବଡ ଲଢେଇରେ ରାଜ୍ୟରେ ବିଜେଡି ଓ ବିଜେପିର ସ୍ଥିତି କିଭଳି ରହିଛି ଏହି ଉପନିର୍ବାଚନରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ତେବେ ଯଦି କହିବା ସାଧାରଣ ନିର୍ବାଚନରେ ବିଜେଡିକୁ ଯେଉଁ ଝଟକା ଲାଗିଥିଲା ତାର ପ୍ରତିଶୋଧ ନେବାକୁ ସଜାଗ ହେଉଛନ୍ତି ନବୀନ ବାବୁ । ତେବେ ଆଗକୁ ରାଜ୍ୟ ରାଜନୀତିରେ କିଭଳିଆ ଉଗ୍ରରୂପ ଧାରଣ କରୁଛି ବିରୋଧି ବିଜେଡି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *