ନବୀନ ଗଳାରେ ସୌମ୍ୟ କଣ୍ଟା

ନବୀନ ଗଳାରେ ସୌମ୍ୟ କଣ୍ଟା

ଗତ କିଛିଦିନ ହେବ ଓଡିଶା ରାଜ୍ୟ ରାଜନୀତି ରେ ହଇତଇ ସୃଷ୍ଟି କରିଥିବା ସୌମ୍ୟ ବନାମ ବିଜେଡିକୁ ନେଇ ପୂର୍ଣ୍ଣଛେଦ ପକାଇଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ବିଜେଡିର ଉପସଭାପତି ପଦରୁ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିଲା । କିନ୍ତୁ ସୌମ୍ୟଙ୍କୁ ଚୁପ କରାଇବାରେ ବିଜେଡିର ସବୁ ଚାଲ ଫେଲ ମାରିଛି । ତେବେ ବିଜେଡିର ଏ କିଭଳି ରଣନୀତି । ପ୍ରଥମେ ବିରୋଧିଙ୍କୁ ବିଜେଡିରେ ସାମିଲ କର ପରେ ତାଙ୍କୁ ବିଭିନ୍ନ ପଦପଦବୀ ର ଲୋଭ ଦେଖାଇ ପାଟିକୁ ଚୁପ କରିଦିଅ । ଅତୀତରେ ଏପରି ଅନେକ ବିରୋଧିଙ୍କ ମୁହଁ କୁ ବନ୍ଦ କରିଦେଇଛି ବିଜେଡି । ଦିନ ଥିଲା ଭୂପିନ୍ଦର ସିଂ ବିଜେଡିକୁ ବିରୋଧ କରୁଥିଲେ ହେଲେ ସେ ଏବେ ବିଜେଡି ବିଧାୟକ । ସେହିପରି ଆଉ ଜଣେ ନେତା ହେଉଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପୂର୍ବରୁ କଂଗ୍ରେସ ଆଇଟି ସେଲରେ ରହି ବଜେଡିକୁ ସମାଲୋଚନା କରୁଥିଲେ ହେଲେ ବଜେଡି ତାଙ୍କୁ ଦଳରେ ମିଶାଇ ରାଜ୍ୟସଭା ସାଂସଦ ପଦ ଦେଇଥିଲେ । ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କଂଗ୍ରେସରେ ରହି ବିଜେଡିକୁ ବିରୋଧ କରୁଥିଲେ କିନ୍ତୁ ସେ ଏବେ ବିଜେଡି ଦଳର ଜଣେ ଟାଣୁଆ ନେତ୍ରୀ ସାଙ୍ଗକୁ ମେୟର ପାଲଟିଗଲେଣି । ଖାଲି ସେତିକି ନୁହେଁ କଂଗ୍ରେସ ନେତା ଥିବା ସାରଦା ନାୟକ ଦିନେ ବିଜୁ ପଟ୍ଟନାୟକଙ୍କ ଫଟୋରେ ଚପଲମାଳ ପିନ୍ଧାଇଥିଲେ କିନ୍ତୁ ତାଙ୍କୁ ମଧ୍ୟ ଦଳରେ ସାମିଲ କରି ବିଧାୟକ ଓ ମନ୍ତ୍ରୀ ପଦ ଦେଇଥିଲା ବିଜେଡି । ବିଜେଡି ନିଜ ଚାଲ ବଳରେ ବିରୋଧିଙ୍କୁ ନିଜ ସପକ୍ଷରେ କରୁଛି । ପଦ ପଦବୀର ଲୋଭ ଦେଖାଇ ଦଳର ଗୁଣଗାନ କରୁଛନ୍ତି ସେହି ନେତା ମନ୍ତ୍ରୀମାନେ । କିନ୍ତୁ ଏସବୁ ରଣନୀତି ସୌମ୍ୟଙ୍କ କ୍ଷେତ୍ରରେ କାମ ଦେଲା ନାହିଁ । ବିଜେଡିରେ ରହି ଦଳର ସତ୍ୟକୁ ସାମନା କୁ ଆଣୁଥିଲେ ସୌମ୍ୟ । ଲୋଭ ପ୍ରଲୋଭନ ଯେତେବେଳେ କାମରେ ଆସିଲାନି ବିଜେଡି ପାଇଁ କଣ୍ଟା ସାଜୁଥିବା ସୌମ୍ୟଙ୍କୁ ଉପସଭାପତି ପଦରୁ ବାହାର କରାଗଲା । ଉପସଭାପତି ପଦରୁ ସିନା ବହିଷ୍କାର ହେଲେ କିନ୍ତୁ ଖଣ୍ଡପଡାର ଶାସନ ଏବେ ବି ସୌମ୍ୟଙ୍କ ହାତରେ । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ଗଳାରେ କଣ୍ଟା ସାଜିଥିବା ସୌମ୍ୟଙ୍କୁ ନେଇ ବିଜେଡି ଏବେ କେଉଁ ଖେଳ ଖେଳିବ ।

author

Related Articles

Leave a Reply

Your email address will not be published. Required fields are marked *