ନବୀନ ଦେଲେ ଡାକରା, ଶଙ୍ଖ ଭବନ ଗଲେ ଶ୍ରୀମୟୀ

ନବୀନ ଦେଲେ ଡାକରା, ଶଙ୍ଖ ଭବନ ଗଲେ ଶ୍ରୀମୟୀ

ପୁଣି ନବୀନଙ୍କ ସହ ନଜର ଆସିଛନ୍ତି ଶ୍ରୀମୟୀ ମିଶ୍ର । ଦୀର୍ଘ ଦିନର ବିରତୀ ପରେ ପୁଣି ଶଙ୍ଖ ଭବନରେ ପଡିଛି ଶ୍ରୀମୟୀଙ୍କ ପାଦ । ନିର୍ବାଚନ ପରଠାରୁ ବିଜେଡିରୁ ନିଜକୁ ଦୂରେଇ ରଖିଥିବା ଶ୍ରୀମୟୀ ମିଶ୍ର ପୁଣି ଆକ୍ଟିଭ ହୋଇଛନ୍ତି । ବିଜେଡିର ପାର୍ଟୀ ଅଫିସ ଶଙ୍ଖ ଭବନରେ ନଜର ଆସିଛନ୍ତି । ଏପରିକି ନବୀନଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ ପସନ୍ଦ କରୁଛନ୍ତି । ତେବେ ଗୁରୁବାର ବିଜେଡି କାର୍ଯ୍ୟାଳୟରେ ବିଜେଡିର ନାରୀ ନେତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାର ଅଧ୍ୟକ୍ଷତା ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଥିଲେ । ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ନାରୀ ନେତ୍ରୀଙ୍କୁ ଏକତ୍ରିତ କରି ବିଜେପି ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ କହିଥିଲେ । ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ ମାଗଣା ବିଜୁଳି ବିଜେପି କେବଳ ମିଛର ସାହାର ନେଉଛି ବୋଲି ନବୀନ ନିଜ ଅଭିଭାଷଣରେ କହିଥିଲେ । ଆଉ ଏହି ସବୁକୁ ମୁଦ୍ଦା କରି ବିଜେଡିର ନାରୀନେତ୍ରୀମାନଙ୍କୁ ଏହା ବିରୁଦ୍ଧରେ ସ୍ୱର ଉଠାଇବା ସହ ସମସ୍ତଙ୍କୁ ସଚେତନ କରିବା ନେଇ ପରାମର୍ଶ ଦେଇଥିଲେ ନବୀନ ପଟ୍ଟନାୟକ । ଘରେ ଘରେ ବିଜେପିର ଏହି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଦଳର ସମସ୍ତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଆଉ ଏହି ବୈଠକରେ ହିଁ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିଥିଲା । ନିବାଚନ ପରଠାରୁ ବିଜେଡିର ଯେତେ ଦଳୀୟ କାର୍ଯ୍ୟକ୍ରମ ହେଉଥିଲା ସେଥିରେ ଶ୍ରୀମୟୀ ନଜର ଆସୁନଥିଲେ । ଏପରିକି ଦଳର ମୁଖପାତ୍ର ଦାୟିତ୍ୱ ନେବା ପରେ ମଧ୍ୟ ଶ୍ରୀମୟୀ ଦଳ ପକ୍ଷରୁ ସାମ୍ନାକୁ ଆସୁନଥିଲେ । ଯାହାକୁ ନେଇ ନାନା ଆଲୋଚନା ମୁଣ୍ଡ ଟେକୁଥିଲା । କିନ୍ତୁ ଏବେ ଶ୍ରୀମୟୀ ପୁଣି ଥରେ ରାଜନୀତିରେ ଆକ୍ଟିଭ ହେଉଥିବା ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ଶ୍ରୀମୟୀଙ୍କ ଏଭଳି ରିଟର୍ଣ୍ଣ ବିଜେପି ଉପରେ କଣ ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *