ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ଏବେଠାରୁ ନବୀନ ନିବାସରେ ଜମିଲାଣି ଆଶାୟୀଙ୍କ ଭିଡ । ହାତରେ ବାୟୋଡାଟା ଧରି ହଜାର ହଜାର ଟିକେଟ୍ ଆଶାୟୀ ନବୀନ ନିବାସ ଆସିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ବିଜେଡିର କିଛି ଆଗଧାଡିର ନେତାମାନେ ମଧ୍ୟ ଟିକେଟ୍ ପାଇବା ଆଶା ନେଇ ନବୀନ ନିବାସ ଆସିଛନ୍ତି । ତେବେ ଆଶାୟୀଙ୍କ ଭିଡ ଲାଗିଥିବା ବେଳେ ବିଜେଡି ନେତା କହିଛନ୍ତି ଏଥର ଆଗୁଆ ଟିକେଟ୍ ଘୋଷଣା କରିପାରନ୍ତି ସୁପ୍ରିମୋ । ସେପଟେ ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଚାଲିଛି । ବିଜେପି ମଧ୍ୟ ଆଗୁଆ ଟିକେଟ୍ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି । ତେବେ କେଉଁ ଦଳ ଆଗୁଆ ଟିକେଟ୍ ଘୋଷଣା କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
You can share this post!
author