ନବୀନ ନିବାସରେ ବସୁଛି ଘନ ଘନ ବୈଠକ…

ନବୀନ ନିବାସରେ ବସୁଛି ଘନ ଘନ ବୈଠକ…

ବିଜେଡିର ଶୋଚନୀୟ ପରଜାୟ ପରେ ବିଜୁ ଜନତା ଦଳରେ ଦେଖାଗଲାଣି ବିକ୍ଷୋଭର ସ୍ୱର । ନବୀନ ନିବାସରେ ବସୁଛି ଘନ ଘନ ବୈଠକ । ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଟକ ଡକାଯାଇଛି । ତେବେ ଚର୍ଚ୍ଚା ନିର୍ବାଚନରେ ପରାଜୟ ବରଣ ପରେ କାହିଁକି ବାର ବାର ନୀବାସରେ ଘନ ଘନ ବୈଠକ ବସୁଛି । ନବୀନ ନିବସାରେ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, କଳିକେଶ ସିଂଦେଓ ନବୀନ ନିବାସରେ ହାଜର ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି । ତେବେ ଆଗକୁ କ’ଣ ନିଷ୍ପତ୍ତି ହେଉଛି ଏବଂ ଆଗାମୀ ଅଗ୍ରଗତି ନେଇ ଦଳ କ’ଣ ନୀତି ଗ୍ରହଣ କରିବ ତା’ ଉପରେ ସମସଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *