ନବୀନ ନିବାସ ଯିବେ ମୋହନ ମାଝୀ…

ନବୀନ ନିବାସ ଯିବେ ମୋହନ ମାଝୀ…

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଯାଉଛି । ବିଜେପି ଆଦିବାସୀ ନେତା ମୋହନଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ଆଜି ଅପରାହ୍ନ 4ଟା 45ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୋହନ ମାଝୀ । ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୌଜନ୍ୟମୂଳକ ସାକ୍ଷାତ ପାଇଁ ମୋହନ ମାଝୀ ନବୀନ ନିବାସ ଯିବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏବଂ ହଜାର ହଜାର ଓଡ଼ିଶାବାସୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ।

author

Related Articles

Leave a Reply

Your email address will not be published. Required fields are marked *