ନବୀନ ବନାମ ମୋଦି ପୋଷ୍ଟର ଲଢେଇ !

ନବୀନ ବନାମ ମୋଦି ପୋଷ୍ଟର ଲଢେଇ !

ଚାଲିଛି ନବୀନ ବନାମ ମୋଦି ପୋଷ୍ଟର ଲଢେଇ । ଭୋଟ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାନର ଲଗାଇ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ବିଭିନ୍ନ ପ୍ରୋଗ୍ରାମର ଆୟୋଜନ କରୁଛନ୍ତି । ଯୁବ ଓଡିଶା ନବୀନ ଓଡିଶା ସ୍କିମ କୁ ଆଧାର କରି ଚାଲିଛି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କଲେଜ ମାନଙ୍କରେ ଲଗାଇବାକୁ କହିଛି । ସେହି ସେଲଫି ପଏଣ୍ଟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଭାରତ କରିଥିବା ବିକାଶ ସମ୍ପର୍କରେ କୁହାଯିବ । କ୍ୟାମ୍ପସରେ ଦେଖିବାକୁ ମିଳୁଛି ନବୀନ ବନାମ ମୋଦି ଫାଇଟ । ତେବେ ଦେଖିବାକୁ ବାକି ରହିଲା ଦୁହିଁଙ୍କ ଏହି ଗୋଟି ଚାଳନା 24ରେ କେଉଁ ପରିବର୍ତ୍ତନ ଆଣୁଛି ।  

author

Related Articles

Leave a Reply

Your email address will not be published. Required fields are marked *