ନବୀନ ବୁଲିବେ ଗାଁ ଟଳମଳ ମୋହନଙ୍କ ଗାଦି !

ନବୀନ ବୁଲିବେ ଗାଁ ଟଳମଳ ମୋହନଙ୍କ ଗାଦି !

ବିଜେପି ବିରୁଦ୍ଧରେ ଗର୍ଜିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ମୁଖିଆ ନବୀନ ପଟ୍ଟନାୟକ । ଧୀରେ ଧୀରେ ରାଜ୍ୟରୁ ଲିଭୁଛି ଶଙ୍ଖ ଚିହ୍ନର ପତିଆରା । ସେଇଥିପାଇଁ ତ ନିଜ ଦଳର ପରିଚୟକୁ ଆହୁରି ସୃଦୁଢ କରାଇବା ପାଇଁ ଓଡିଶା ଭ୍ରମଣରେ ବାହାରିଛନ୍ତି ବିରୋଧି ମୁଖିଆ ନବୀନ ପଟ୍ଟନାୟକ । ଶଙ୍ଖକୁ ନିଜ ଫର୍ମକୁ ଫେରାଇ ଆଣିବା ପାଇଁ ଶଙ୍ଖପତି ନବୀନ ପଟ୍ଟନାୟକଙ୍କ ଏହି ନୂଆ ରଣନୀତି ଏବେ ବିଜେପି ଛାତିରେ ଛନକା ପଶାଇଲାଣି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହେୁଚି । ମୋହନ ମାଝୀଙ୍କ ଭାଷାଗତ ସମସ୍ୟା ନେଇ ତାଙ୍କୁ ଟ୍ରୋଲ ମଦ୍ୟ କରାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଠିକ ସେ କହି ପାରୁନଥିଲେ ଆଉ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିନ୍ଦୀ ଓ ଇଂରାଜୀ ଠିକ ସେ କହି ପାରୁନାହାନ୍ତି । ଯାହା ଏବେ ବିଜେପି ସରକାର ପାଇଁ ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଟଳମଳ ହେଲାଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀ ଗାଦି । ସେପଟେ ନବୀନଙ୍କ ଓଡିଶା ଭ୍ରମଣ କଥା ବିଜେପିକୁ ଏକ ପ୍ରକାର ଝଟକା ଦେଇଛି । ରାଜ୍ୟରେ ମୋହନ ସରକାର ଦାୟିତ୍ୱ ନେବାର 60 ଦିନ ବିତିଯାଇଛି କିନ୍ତୁ ନାନାଦି ସମସ୍ୟା ଦେଇ ଗତି କରୁଛି ଓଡିଶା । ଦରଦାମ ବୃଦ୍ଧି ହେଉ ଅବା ଅନ୍ୟ କିଛି ସମସ୍ୟା । ଯାହାକୁ ଦେଖି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ସହିପାରୁନାହାନ୍ତି । ସେଥିପାଇଁ ଓଡିଶାବାସୀଙ୍କ ସମସ୍ୟା ଦୂର କରି ମୋହନ ସରକାରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସଜବାଜ ହେଲେଣି ନବୀନ । ଅପରପକ୍ଷେ ବିଜେଡିରେ ଯେଉଁ ଜନଅସନ୍ତୋଷ ତେଜିଛି ତାହାର ସମାଧାନ କରିବା ପାଇଁ ମଧ୍ୟ ଏପରି କିଛି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ନବୀନ କରିଥିବା ଏହି ପ୍ଲାନ ତାଙ୍କର କେତେ ସକସେସ ହେଉଛି ତାହା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *