ନବୀନ ହେଲେ ବିରୋଧୀ ଦଳର ନେତା

ନବୀନ ହେଲେ ବିରୋଧୀ ଦଳର ନେତା

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବିରୋଧୀ ଦଳର ନେତା ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଗତ କିଛି ଦିନ ଧରି କିଏ ବିଧାନସଭାରେ ବିରୋଧୀ ଦଳର ମଙ୍ଗ ଧରିବ ସେନେଇ ସସପେନ୍ସ ଲାଗି ରହିଥିଲା । ଆଉ ଏବେ ଏହା ସ୍ପଷ୍ଟ ହୋଇଛି । ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭାରେ ଦଳର ମୁଖିଆ ସାଜିବେ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯାଇଛି । ଏହା ସହ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳର ଉପ ନେତା ଭାବେ ଦାୟିତ୍ୱ ମିଳିଛି । ସେହିପରି ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ପଦ ଏବଂ ପ୍ରତାବ ଦେବଙ୍କୁ ଉପ ମୁଖ୍ୟ ସଚେତକ ପଦ ମିଳିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *