ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ନୂଆ ରୂପରେ ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ମାସରୁ ପୁଣି ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି । ସାରା ରାଜ୍ୟ ବୁଲି କର୍ମୀ ଓ ନେତାଙ୍କୁ ଭେଟିବେ । ତୃଣମୂଳ ସ୍ତରରେ ବିଜେଡିର ସ୍ଥିତି କଣ ରହିଛି ତାର ସମୀକ୍ଷା ନିଜେ ଦଳର ସଭାପତି କରିବେ ବୋଲି ସୂଚନା ମିଳିଛି । ବିଜେଡି ହାରିବା ପରେ ଦଳୀୟ ନେତା ମାନେ ଅସନ୍ତୋଷ ବ୍ୟକ୍ତ କରୁଥିବାରୁ ନବୀନ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କାରଣ ଜଣଙ୍କ ପରେ ଜଣେ ନେତା ବିଜେଡି ହାରିବା ପଛର କାରଣ ନବୀନଙ୍କ ସଙ୍ଗଠନ ପ୍ରତି ଦୃଷ୍ଟି ନଦେବା ବୋଲି ଦର୍ଶାଉଛନ୍ତି । ପ୍ରଥମେ ପ୍ରଦୀପ ମାଝୀ ଏପରି ମନ୍ତବ୍ୟ ଦେଇଥିବା ବେଳେ ଏବେ ଆନନ୍ଦପୁର ବିଧାୟକ ବଦ୍ରି ପାତ୍ର ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି । ଏବଂ ନବୀନ ପୁଣି ରାଜ୍ୟରେ ବୁଲିଲେ ଏବଂ ବାସ୍ତବିକ ସ୍ଥିତି ପରଖିଲେ ପୁଣି ଥରେ ଦଳ ମଜବୁତ ହେବ ବୋଲି ମତପ୍ରକାଶ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *