ନଭେମ୍ବର ମାସରେ ବନ୍ଦ ରହିବ ଅଭିଯୋଗ ଶୁଣାଣି । ଆସନ୍ତା ୨ ସପ୍ତାହ ବି ବନ୍ଦ ରହିବ ଅଭିଯୋଗ ପ୍ରକୋଷ୍ଠ । କାର୍ଯ୍ୟବ୍ୟସ୍ତତା କାରଣରୁ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେନି ବୋଲି ସୂଚନା ମିଳିଛି । ତେବେ ସରକାରକୁ ଆସିବା ପରେ ଜୁଲାଇ ୧ ତାରିଖରୁ ସାଧାରଣ ଲୋକଙ୍କ ଅସୁବିଧା ନିଜେ ମୁଖ୍ୟମନ୍ତ୍ରୀ ଶୁଣିବା ନେଇ ଘୋଷଣା କରିଥିଲେ । ପ୍ରଥମେ ପ୍ରଥମେ ଏହା କାର୍ଯ୍ୟକାରୀ ମଧ୍ୟ କରାଗଲା । କିନ୍ତୁ ମଝିରେ ମଝିରେ ଏହାକୁ ବନ୍ଦ କରିଦିଆଯାଉଛି । ଖାସ କରି ନଭେମ୍ବର ମାସରେ ତ ଏହା ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ସାଧାରଣ ଜନତା କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ସହ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ଖବର ଅନେକଙ୍କ ପାଖରେ ନହଁଞ୍ଚିବା କାରଣରୁ ଅଭିଯୋଗ କାରୀ ଅଭିଯୋଗ ପ୍ରକୋଷ୍ଠ ଆସି ଫେରିଯାଉଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି । ଯାହାକୁ ସାଧାରଣରେ ଆଦୌ ପସନ୍ଦ କରାଯାଉନାହିାଁ
You can share this post!
author