ନଭେମ୍ବର ୧୩ରେ ଧବଳେଶ୍ୱର ବଡଓଷା

ନଭେମ୍ବର ୧୩ରେ ଧବଳେଶ୍ୱର ବଡଓଷା

ଆସୁଛ କାର୍ତ୍ତିକ ମାସ । କାର୍ତ୍ତିକ ପଞ୍ଚୁକ ବ୍ରତ ଏବଂ ବଡ ଓଷା ପାଇଁ ଏବେ ଠୁ ହିଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏବଂ ଧବଳେଶ୍ୱର ପୀଠରେ କେବେ ଏହି ବ୍ରତ ପାଳନ କରାଯିବ ସେନେଇ ମଧ୍ୟ ତିଥି ଜଣାପଡିଛି । ଆସନ୍ତା ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୫ ଯାଏଁ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବା ନେଇ ସୂଚନା ମିଳିଛି । ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।
୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।
୧୫ ନଭେମ୍ବର କାର୍ତ୍ତିକ ବ୍ରତ ଶେଷ ସହ ବୋଇତ ଭସାଣ ହେବ। ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ କଟକ ଜିଲ୍ଲାପାଳ ଡି ସିନ୍ଧେ ଅଧ୍ୟକ୍ଷତାରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *