ଅନେକ ଦିନ ହେଲା ଲାଗି ରହିଛି କଳାକାର କଳି । ମନୋଜ ମିଶ୍ରଙ୍କୁ ଓଡିଆ ସିନେମାରେ ବ୍ୟାନ କରିଥିବା ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ଏବେ ଏହି ବିବାଦରେ ଅଭିନେତା ଠୁ ଆରମ୍ଭ କରି ରାଜନେତା ସମସ୍ତେ ନିଜ ନିଜ ମନ୍ତବ୍ୟ ଦେଉଛନ୍ତି । ଯାହାକୁ ନେଇ ବିଜେଡିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ବିଧାୟକ ନରସିଂହ ମିଶ୍ରଙ୍କୁ ଚେତାବନୀ ଦେଇ କହିଛନ୍ତି କଳାକାର କଳିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଶସ୍ତା ରାଜନୀତିକୁ ସେ ନିନ୍ଦା କରୁଥିବା କହୁଛନ୍ତି କଳିକେଶ ନାରାୟଣ ସିଂଦେଓ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024