ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟ

ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟ

ବଦଳିଲା ଓଡିଶା ନର୍ସିଂ ସର୍ଭିସ କ୍ୟାଡରଙ୍କ ଡ୍ରେସକୋଡ । ନୂଆ ବର୍ଷରୁ ନୂଆ ୟୁନିଫର୍ମରେ ନଜର ଆସିବେ ନର୍ସିଂ ଅଧିକାରୀ । ନର୍ସଙ୍କ ୟୁନିଫର୍ମରେ ଝଲସିବ ସମ୍ବଲପୁରୀ ଛିଟ । ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଣିକି ନର୍ସିଂ ଅଧିକାରୀ ମାନେ ଲେବର ରୁମ, ଓଟି ଏବଂ ଆଇସିୟୁରେ ସ୍କ୍ରବ ସୁଟ୍ ପରିଧାନ କରିବେ । ମହିଳା ନର୍ସିଂ ଅଧିକାରୀ ଜେନେରାଲ ୱାର୍ଡରେ ଶାଢୀ ଏବଂ ସାଲୱାର ସୁଟ୍ ପିନ୍ଧିବା ନେଇ ଘୋଷଣା କରାଯାଇଥିବା ବେଳେ ପୁରୁଷମାନେ ଗାଢ ନୀଳ ରଙ୍ଗର ସାର୍ଟ ଏବଂ ଫରମାଲ ଟ୍ରାଉଜର ପରିଧାନ କରିବେ । ନର୍ସିଂ ଅଧିକାରୀ ଏବଂ ସିନିୟର ନର୍ସିଂ ଅଧିକାରୀ ଲାଇଟ୍ ଲାଭେଣ୍ଡର ରଙ୍ଗର ଡ୍ରେସ ପିନ୍ଧିବେ । ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ବା ଏଏନଏସ ସାୟାନ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିବେ । ଡେପୁଟୀ ନର୍ସିଂ ସୁପରିଟେଣ୍ଡେଣ୍ଟ ଡିଏନଏସ ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ବା ଏନଏସ ଧଳା ରଙ୍ଗର ଡ୍ରେସ ପିନ୍ଧିବା ନେଇ ସୂଚନା ମିଳିଛି । ତେବେ ଏହି ନୂଆ ଡ୍ରେସ କୋଡରେ ସମ୍ବଲପୁରୀ ଡିଜାଇନକୁ ମଧ୍ୟ ସ୍ଥାନ ମିଳିଛି । ନର୍ସିଂ ଅଧିକାରୀମାନେ ପରିଧାନ କରୁଥିବା ଧଳା ଆପ୍ରୋନର କଲରରେ ଏକ ଗାଢ ବାଇଗଣୀ ରଙ୍ଗର ସମ୍ବଲପୁରୀ ଡିଜାଇନ ସ୍ଥାନ ପାଇବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *