ନଳୀକୁମ୍ପା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ, ୧ଘଣ୍ଟା ଧରି ଚାଲିଛି ଗୁଳିବିନିମୟ

ନଳୀକୁମ୍ପା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ, ୧ଘଣ୍ଟା ଧରି ଚାଲିଛି ଗୁଳିବିନିମୟ

ପୋଲିସ-ମାଓବାଦୀ ଗୁଳିବିନିମୟ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ଚାଲିଛି ଗୁଳିବିନିମୟ ଜାରି ରହିଛି । ପ୍ରାୟ 1 ଘଣ୍ଟା ଧରି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସ୍‌ଓଜି ଯବାନ ଏବଂ ସ୍ଥାନୀୟ ପୋଲିସ । ତେବେ ପୋଲିସ ଜଙ୍ଗଲରେ ବୁଲୁଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନ । ପ୍ରାୟ 1ଘଣ୍ଟା ଧରି ଉଭୟ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିନିବିନିମୟ ଜାରି ରହିଥିଲା । ତେବେ ଏହି ଗୁଳିବିନିମୟରେ ମାଓବାଦୀମାନେ ଫେରାର ହୋଇଯାଇଥିବା ସୂଚନା ।

ସେପଟେ ଏବେବି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପୂର୍ବରୁ ଏହି ଅଞ୍ଚଳରେ ଗୁଳିବିନିମୟ କରି ବହୁ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ ।

author

Related Articles

Leave a Reply

Your email address will not be published. Required fields are marked *