ନାଇଡୁଙ୍କୁ ମିଳିଲାନି ଜାମିନ, ୨୩ ପର୍ଯ୍ୟନ୍ତ ଜେଲରେ ରହିବେ

ନାଇଡୁଙ୍କୁ ମିଳିଲାନି ଜାମିନ, ୨୩ ପର୍ଯ୍ୟନ୍ତ ଜେଲରେ ରହିବେ


ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ପୁଲିସ ଦ୍ୱାରା ଗିରଫ ହୋଇଥିବା ତେଲୁଗ ଦେଶମ୍ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ବାଲି ନିଷ୍ପତ୍ତି ନେଇଛନ୍ତି ଦୁର୍ନିତି ନିବାରଭ ବ୍ୟୁରୋ ଅଦାଲତ । ତାଙ୍କୁ ରାଜମହେନ୍ଦ୍ର କେନ୍ଦ୍ରୀୟ ଜେଲରେ ରଖାଯିବାର ସମ୍ଭାବନା ରହିଛି । ୩୭୧ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ନାଇଡୁ କୋର୍ଟରେ ହାଜର ହୋଇଥିଲେ । ହେଲେ ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ’ର ଏକ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି । ଚନ୍ଦ୍ରବାବୁଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ଲୁଥରା ମାମଲା ପରିଚାଳନା କରିବା ସହ ଜାମିନ ଆବେଦନ କରିଥିଲେ । ଜାମିନ ପାଇଁ ମଧ୍ୟ ଆବେଦନ କରି ନିରାଶ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *