ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫୁଲବାଣୀର ଅଭିଯୁକ୍ତ ଅଶୋକ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଏହା ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୬ ମାସ ଅଧିକ ଜେଲଦଣ୍ଡାଦେଶ। ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ।୨୦୨୦ ଜାନୁଆରୀ ୧୨ରେ ନାବାଳିକାଙ୍କୁ ଅଭିଯୁକ୍ତ ଅଶୋକ ନିଜ ଘର ବାରଖମାକୁ ନେଇ ୨ ଦିନ ରଖିବା ସହ ଦୁଷ୍କର୍ମ କରିଥିଲା। କେ ନୂଆଗାଁ ପୁଲିସ ଅଭିଯୁକ୍ତର ଘରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ତାକୁ ଗିରଫ କରିଥିଲା। ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଝିଅର ବୟାନକୁ ଆଧାର କରି ପକସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ୨୦ ବର୍ଷର ସଜା ଶୁଣାଇଛନ୍ତି। ଏଥିସହ ପୀଡିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ଦେବାପାଇଁ ଜିଲ୍ଲା ଆଇନ ପ୍ରାଧିକରଣ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *