ନାମାଙ୍କନ ଦାଖଲ କଲେ ବୈଜୟନ୍ତ ଓ ଅଂଶୁମାନ

ନାମାଙ୍କନ ଦାଖଲ କଲେ ବୈଜୟନ୍ତ ଓ ଅଂଶୁମାନ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଦାଖଲ କରୁଛନ୍ତି ହେଭିୱେଟ ନେତାମାନେ । ବିଜେଡି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି । ବିଶାଳ ଶୋଭଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଭରିଛନ୍ତି ଅଂଶୁମାନ । ଏହି ନାମାଙ୍କନ ରାଲି ଗରାପୁରରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ପଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ସେପଟେ ବିଜେପି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନାମାଙ୍କନ ପୂର୍ବରୁ ତିନି ମୁହାଣ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ବିରାଟ ବାଇକ୍ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ବାହାରିଛନ୍ତି । ବୈଜୟନ୍ତଙ୍କ ନାମାଙ୍କନ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି । 

author

Related Articles

Leave a Reply

Your email address will not be published. Required fields are marked *