ନାମାଙ୍କନ ଭରିବେ ନରେନ୍ଦ୍ର ମୋଦି

ନାମାଙ୍କନ ଭରିବେ ନରେନ୍ଦ୍ର ମୋଦି

ସାରା ଦେଶରେ ବହୁଛି ନିର୍ବାଚନର ପବନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପରେ ଗଙ୍ଗା ସ୍ନାନ ପାଇଁ ଦଶାଶ୍ୱମେଧ ଘାଟରେ ପହଁଚିବେ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବେ । ନାମାଙ୍କନ ଭରିବା ପୂର୍ବରୁ ପ୍ରାୟ ୧୦ଟା ୪୫ରେ ଏନଡିଏ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ଦିନ ୧୧ଟା ୪୦ରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *