ନିଆରା କାଫେ ଟାର୍ଗେଟ ପୂରଣ କରିବାକୁ ଯାଆନ୍ତି କର୍ମଚାରୀ

ନିଆରା କାଫେ ଟାର୍ଗେଟ ପୂରଣ କରିବାକୁ ଯାଆନ୍ତି କର୍ମଚାରୀ

ଭୁବନେଶ୍ୱର:

ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର ଲକ୍ଷ୍ୟ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି | କିନ୍ତୁ ଏହିସବୁ ଲକ୍ଷଗୁଡିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ କରିବାକୁ କେହି ସକ୍ଷମ ନୁହନ୍ତି | ଅନେକ ଥର କର୍ମଚାରୀମାନେ ଅଳସୁଆ ହେତୁ ଦିଆଯାଇଥିବ କାର୍ଯ୍ୟକୁ ସମ୍ପୂର୍ଣ କରିବାରେ ଅସମର୍ଥ ହୁଅନ୍ତି | ତେଣୁ ଏଭଳି କର୍ମଚାରୀଙ୍କ ପାଇଁ ଏମିତି ଏକ କାଫେ ରହିଛି, ଯାହାକି ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରିଥାଏ | ଏହି ବିଶେଷେତ୍ୱ ହେଉଛି, ଏଠାକୁ ଆପଣ ନିଜ ଇଛା ଅନୁଯାୟୀ ଯିବେ, କିନ୍ତୁ ଫେରିବେ କାଫେର ମାଲିକଙ୍କ ଅନୁମତି ନେଇ | କାମ ବା ଲକ୍ଷ୍ୟ ପୂରଣ ନ ହେବ ପର୍ଯ୍ୟନ୍ତ କାଫେର ମାଲିକ କାହାକୁ ମଧ୍ୟ ଅତି ସହଜରେ ଉକ୍ତ କଫରୁ ଯିବାକୁ ଅନୁମତି ଦିଅନ୍ତି ନାହିଁ | ଟାର୍ଗେଟ ପୂରଣ କରୁଥିବା ଏହି କାଫେ ଜାପାନର ରାଜଧାନୀ ଟୋକିଓରେ ଅଛି ଏବଂ ଏହାର ନାମ ହେଉଛି ‘ମାନ୍ୟୁସ୍କ୍ରିପ୍ଟ ରାଇଟିଂ କାଫେ’ | ଏହି କାଫେ ବିଷୟରେ ରୋଚକ କଥାଟି ହେଉଛି, ଏଠାରେ ଗ୍ରାହକ ପ୍ରଥମେ ଆସି ତାଙ୍କୁ ସମ୍ପୂର୍ଣ କରିବାକୁଥିବା କାର୍ଯ୍ୟ ବିଷୟରେ ଲେଖିଥାନ୍ତି | ଏହାପରେ ଏଠାରେ ଥିବା କର୍ମଚାରୀମାନେ କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ ତାଙ୍କୁ ସେଠାରୁ ଯିବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି | ଏଭଳି ବିଶେଷତା ହେତୁ ଏହି କାଫେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଅଛି | କାଫେର କର୍ମଚାରୀମାନେ ଗ୍ରାହକମାନଙ୍କର ଲକ୍ଷ୍ୟ ପୂରଣ ଦିଗରେ ବିଶେଷ ଯତ୍ନ ନିଅନ୍ତି | ଲକ୍ଷ୍ୟ ପୂରଣ ନ ହେବ ପର୍ଯ୍ୟନ୍ତ କାଫେର କର୍ମଚାରୀମାନେ ଗ୍ରାହକଙ୍କୁ ସର୍ତକ କରାଇଦିଅନ୍ତି ଯେ ଅଳସୁଆମୀ ନାହିଁ ଏବଂ ଠିକ ସମୟରେ ଆପଙ୍କର ଲକ୍ଷ୍ୟ ପୂରଣ କରନ୍ତୁ |

author

Related Articles

Leave a Reply

Your email address will not be published. Required fields are marked *