ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ତାର ଦଳୀୟ ସଙ୍ଗଠନକୁ ମଜଭୂତ କରିବା ସହ ପ୍ରତି ପଞ୍ଚାୟତରେ ନିଜର ସ୍ଥିତି ଜାହିର କରିବାରେ ଲାଗିଛି । ଯାହାକୁ ନେଇ ପୋଲସରା ବ୍ଲକ କଷିପଡା ସ୍ଥିତ ପ୍ରସିଦ୍ଧ ମାଁ ସିଂହାସନୀଙ୍କ ପୀଠ ପରିସରରେ ପୋଲସରା ବିଜେପି ଦଳ ପକ୍ଷରୁ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡ଼ି ଦଳ ପରିତ୍ୟାଗ କରି ଜାତୀୟ ବିଜେପି ଦଳରେ ସାମିଲ ହୋଇଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୂତନ ଭାବେ ଯୋଗଦେଇ ଥିବା ନେତା ଓ ସମସ୍ତ କର୍ମୀ ମାନଙ୍କୁ ବିଜେପି ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ବିଜେପି ଦଳକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ଦିନରେ ଦଳୀୟ ସଙ୍ଗଠନ ସହ ପୋଲସରା ନିର୍ବାଚନ ମଣ୍ଡଳୀର କିପରି ବିକାଶ ହୋଇ ପାରିବ ସେ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
You can share this post!
author