ନିଜ କଥାରୁ ଓହରିଗଲା ବିଜେଡି

ନିଜ କଥାରୁ ଓହରିଗଲା ବିଜେଡି

ନିଜ କଥାରୁ ଓହରିଗଲା ବିଜୁ ଜନତା ଦଳ । ଆଉ ୨୪ ତାରିଖରେ ହେବନି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ । ନିଜେ ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରିନେଲା ବିଜେଡି । କିଛି ଦିନ ହେବ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ପୋଲିସଙ୍କ ଅସଦାଚରଣକୁ ନେଇ ରାଜ୍ୟରେ ଚହଳ ପଡିଛି । ଯାହାକୁ ନେଇ ବିଜେଡି ଉଦଗେବ ପ୍ରକାଶ କରିବା ସହ ଏହି ମାମଲାରେ ନ୍ୟାୟ ଦାବି କରି ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରରେ ସକାଳ ୬ରୁ ଦିନ ୧ ଟା ଯାଏଁ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଏବେ ବିଜେଡି ହରତାଳ ଡାକରାକୁ ପ୍ରତ୍ୟାହୃତ କରିନେଇଥିବା ବିଜେଡି ନେତା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *