ଗଞ୍ଜାମ ଗଡରେ ହଟ୍ଟହଟ୍ଟା ବିଜେପି
ଗୋପାଳପୁରରେ ଲଜ୍ଜ୍ୟା କୁଆଡେ ଗଲେ ଭାଇନା ?
ପହଞ୍ଚିଲେ ନବୀନ କାହିଁକି ଦେଖାଦେଲେନି ପ୍ରଦୀପ ?
ମୋହନଙ୍କୁ ଦୋଷ ଦେଲା ବିଜୁ ଜନତା ଦଳ
ଚେତାବନୀ ଦେଲା ବିଜେଡି ହେବ ବଡ ଆନ୍ଦୋଳନ
ସତରେ କଣ ରାଜ୍ୟରେ ଭୁଶୁଡିପଡିଛି କି ଆଇନଶୃଙ୍ଖଳା ବ୍ୟବସ୍ଥା ? କାହିଁକି ରାଜ୍ୟରେ ଏପରି ବଢିବାରେ ଲାଗିଛି ଅପରାଧ ? ଅଭିଯୋଗ କରୁଛି ବିଜେଡି ବିଜେପି ପାଇଁ ବିଗୁଡୁଛି ରାଜ୍ୟର ଆଇନ ଶୃଙ୍ଖଳା । ଗୋପାଳପୁର ସମୁଦ୍ର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିରୋଧି ବିଜେଡି । ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଟିମ ସେଠାରେ ପହଞ୍ଚି ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଥିଲେ । ତେବେ ଦୁଇମାସ ଭିତରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ ସରକାରଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ଏହି ଅପରାଧ ବନ୍ଦ ନ ହେଲେ ଆଗାମୀ ଦିନରେ ବିଜେଡ଼ି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡ଼ିର ପ୍ରତିନିଧି ମାନେ । ଏକାଠି ହେଲେ ବିଜେଡିର ଗଞ୍ଜାମ ଜିଲ୍ଲାର ନେତା ମୋହନଙ୍କ ନାଁରେ ଦେଲେ ଏତଲା ।
ନିର୍ବାଚନକୁ ଏକ ବର୍ଷ ବିତିସାରିଛି । ମୋହନ ସରକାର ପ୍ରଥମ ଜନ୍ମଦିନ ପାଳୁଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି ଡବଲ ଇଞ୍ଜିନ ସରକାରଙ୍କ ସଫଳତା ଗାଇବେ ହେଲେ ଏପଟେ ସରକାରଙ୍କ ସବୁ ସଫଳତା ଧୀରେ ଧୀରେ ବିଫଳତାରେ ପରିଣତ ହେବାରେ ଲାଗିଛି । ରାଜ୍ୟରେ ବେଶ ଗୁରୁତ୍ୱବହନ କରେ ଗଞ୍ଜାମ ଜିଲ୍ଲା । କିନ୍ତୁ ସେହି ଗଡରେ ବାରମ୍ୱାର ଅପରାଧ ଘଟିବା ସରକାରଙ୍କୁ ଅଡୁଆରେ ପକାଇଛି । ଅପରାଧୀକୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ସୁଦ୍ଧା ବିରୋଧି ଦଳଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କୁ ଦୋଷ ଦେଉଛନ୍ତି ।
ତେବେ ଗୋପାଳପୁର ଘଟଣାର ତଦନ୍ତ ଜାରି ରହିଥିଲେ ସୁଦ୍ଧା ରାଜ୍ୟରେ ବିଜେପି ସରକାର ହେବା ପରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଘଟଣାରେ କେତେ ସତ୍ୟତା ରହିଛି ତାହା ସାଧାରଣ ଜନତା ହିଁ କହିବେ ।