ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସପ୍ରାଇଜ ଦେଲେ ବାବୁସାନ୍

ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସପ୍ରାଇଜ ଦେଲେ ବାବୁସାନ୍

ନିଜ ଜନ୍ମଦିନରେ ଫ୍ୟାନ୍ସମାନଙ୍କୁ ସପ୍ରାଇଜ ଦେଲେ ଚକଲେଟ୍ ହିରୋ ବାବୁ ସାନ୍ । ହଁ ଆଜ୍ଞା, ଜୁଲାଇ ୩୦ ତାରିଖରେ ଥିଲା ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମଦିନ । ଯାହାକୁ ବାବୁସାନଙ୍କ ସହ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଧୁମଧାମରେ ସେଲିବ୍ରେଟ କରିଥିଲେ । ଆଉ ଏହି ସେଲିବ୍ରେଟର ମଜାକୁ ଆହୁରି ଡବଲ କରିଥିଲେ ନିଜେ ବାବୁସାନ । ନିଜ ଜନ୍ମଦିନରେ ସେ ତାଙ୍କର ଅପକମିଙ୍ଗ ଫିଲ୍ମ ବିଷୟରେ ରିଭିଲ୍ କରିଥିଲେ । ଆଗକୁ ପବପବାଣୀର ଦିନ ଆସୁଥିବା ବେଳେ ପବିତ୍ର ଦଶହରା ଅବସରରେ ତାଙ୍କ ଅପକମିଙ୍ଗ ଫିଲ୍ମ ସୋନକ ଆସୁଥିବା ସେ ଘୋଷଣା କରିଥିଲେ । ଏବଂ ଫ୍ୟାନ୍ସମାନଙ୍କୁ ସପ୍ରାଇଜ ଦେଇଥିଲେ । ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ନୂଆ ଫିଲ୍ମର ଶୀର୍ଷକ ସୋନକ ରଖାଯାଇଥିବା ସେ କହିଥିଲେ । ସରଗମ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଶିଶିର କୁମାର ସାହୁ ଓ ପିନାକୀ ସିଂଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ଆସିବାକୁ ଯାଉଛି । ଏହା ସହ ହେି ଫିଲ୍ମରେ ନାମୀଦାମୀ କଳାକାରଙ୍କ ସହ ବାବୁସାନଙ୍କ ଅପୋଜିଟରେ ଜଣେ ନବାଗତା ହିରୋଇନଙ୍କ ଏଣ୍ଟ୍ରି ହୋଇପାରେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *