ନିଜ ଜାଲରେ ନିଜେ ଛନ୍ଦି ହେଉଛନ୍ତି ନବୀନ !

ନିଜ ଜାଲରେ ନିଜେ ଛନ୍ଦି ହେଉଛନ୍ତି ନବୀନ !

ଚର୍ଚ୍ଚାରେ ନବୀନଙ୍କ ନୂଆ ରଣନୀତି ପଛର ରହସ୍ୟ । କାହିଁକି ଗୋଟିଏ ପରେ ଗୋଟିଏ ନୂଆ କମିଟି ଗଠନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହେବା ପରେ ବେଶ ଆକ୍ଟିଭ ନବୀନ ବାବୁଙ୍କ ନୂଆ ରୂପ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଅନ୍ୟଗୋଟିଏ କଥା ମୁଣ୍ଡ ଟେକିଛି । ନିତିଦିନ ନିଜ ଦଳକୁ ନେଇ ନୂଆ ନୂଆ ଘୋଷଣା କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କେତବେଳେ ବରିଷ୍ଠ ନେତାଙ୍କୁ ଆଗକୁ ଆଣୁଛନ୍ତି ତ ଆଉ କେତେବେଳେ ଦଳରେ ରହିଥିବା ଜୁନିୟର ନେତାଙ୍କୁ ନୂଆ ନୂଆ ସୁଯୋଗ ଦେଉଛନ୍ତି । ଏଭଳି କରି ଦଳକୁ ହାତରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି ସୁପ୍ରିମୋ ନବୀନ ବାବୁ । କୁହାଯାଉଛି କି ନିଜର ଦଳକୁ ସୃଦୁଢ ରଖିବା ପାଇଁ ଏବଂ ଦଳରେ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେବା ଲାଗି ନବୀନ ଗୋଟିଏ ପରେ ଗୋଟିଏ ଏଭଳି ରଣନୀତି କରୁଛନ୍ତି । କିନ୍ତୁ ଯେତେ ଯାହା କଲେ ବି ଫେଲ ମାରୁଛି ନବୀନଙ୍କ ସବୁ ପ୍ଲାନ । ନା ଦଳ ଡିଆଁ ସରୁଛି ନା ଦଳ ବିରୋଧୀ ନେତାଙ୍କ ମୁହଁ ବନ୍ଦ ହେଉଛି । ପ୍ରତି କଥାରେ କଟାକ୍ଷର ଶିକାର ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ଯେଉଁ 15 ଜଣିଆ ଟିମ ଗଠନ କରିଛନ୍ତି ସେଥିରେ ବିଜେଡିର ବଡ ବଡୁଆ ନେତା ଯେପରିକି ଦେବୀ ମିଶ୍ର,ବିକ୍ରମ କେଶରୀ ଆରୁଖ,ଅରୁଣ ସାହୁ,ପ୍ରମିଳା ମଲ୍ଲିକ ଏମାନଙ୍କୁ ସ୍ଥାନ ଦିଆଯାଇଛି । ନବୀନଙ୍କ ନୂଆ ପ୍ଲାନ ପଛରେ ଥିବା ରହସ୍ୟର କାରଣ କଣ ତାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ମୋହନ ସରକାରଙ୍କୁ ଘେରିବା ପାଇଁ ଏପରି କରୁଛନ୍ତି ନା ଦଳୀୟ ନେତାଙ୍କୁ ହାତରେ ରଖିବା ପାଇଁ ଏପରି କରୁଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

author

Related Articles

Leave a Reply

Your email address will not be published. Required fields are marked *