ପୁଣି ଥରେ ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେଡି । ପ୍ରେସମିଟ ପରେ ସୋସିଆଲ ମିଡିଆରେ ବି ଖୁବ ବର୍ଷିଛନ୍ତି ବିଜେଡି ନେତା । ହଁ ଆଜ୍ଞା, ରାଜ୍ୟରେ ଏବେ ମହିଳାଙ୍କ ସ୍ଥିତି ଯେପରି ହେଲାଣି ଏହାକୁ ନେଇ ମୋହନ ସରକାରଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । କାର୍ଯ୍ୟକ୍ଷେତ୍ର ସହ ଘର ଦାଣ୍ଡରେ ବି ସୁରକ୍ଷିତ ନାହାନ୍ତି ମହିଳା ଠୁ ଆରମ୍ଭ କରି ଶିଶୁ । ଏପରିକି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସିଥିବା ପଯ୍ୟଟକ ବି ସୁରକ୍ଷିତ ନାହାନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିକଟରେ ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ଏକ ପୋଷ୍ଟ କରିଛନ୍ତି । ଏହି ଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମହିଳାଙ୍କ ପ୍ରତି ବଢୁଥିବା ନିଯ୍ୟାତନାକୁ ରୋକିବା ଦିଗରେ ସରକାର ସଜାଗ ହେବା ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବଂ ସରକାର ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରିବା ନେଇ ପରାମର୍ଶ ଦେଇଛନ୍ତି । ଏହା ସହିତ ପ୍ରେସମିଟରେ ବିଜେଡି ନେତା ଏହି ପ୍ରସଙ୍ଗକୁ କେନ୍ଦ୍ର କରି ପଯ୍ୟଟନ,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଥିବା ଦେଖିବାକୁ ମିଳିଛି । ତେବେ କେବଳ ଏତିକି ନୁହେଁ, ଏହାକୁ ନେଇ ପୋଲିସଙ୍କ ଉପରକୁ ଆଙ୍ଗୁଠି ଉଠାଇବା ସହିତ ପୋଲିସ ନିଜ ଦାୟିତ୍ୱ ଭୁଲି ଯାଉଥିବା ଅଭିଯୋଗ ଆଣିଛନ୍ତି ବିଜେଡି ନେତା ।
ବାଇଟ୍- ଲେଖାଶ୍ରୀ
ତେବେ ବିଜେପି ସରକାରର ଏକ ବର୍ଷ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ, ନିଯ୍ୟାତନା, ହତ୍ୟା ଭଳି ଅପରାଧ ଶୀର୍ଷ ଛୁଇଁଲାଣି । ବ୍ରହ୍ମପୁରରୁ କେନ୍ଦୁଝର ଏପରିକି ରାଜଧାନୀ ଏବଂ ବିଜେପି ଶାସିତ ଅଞ୍ଚଳ ସବୁଠି ଅସୁରକ୍ଷିତ ମହିଳା । ବିଜେପି ସରକାର ଉତ୍ସବରେ ମାତିଥିବା ବେଳେ ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା। କିନ୍ତୁ ଏ ସବୁ ଉପରେ ନଜର ପକାଇବାକୁ ଆଇନ ମନ୍ତ୍ରୀଙ୍କ ସହ ମହିଳା ଏବଂ ଶିଶୁ ବିଭାଗ ମନ୍ତ୍ରୀ ଏପରିକି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ବି ସମୟ ମିଳୁନି । କିନ୍ତୁ ଉତ୍ସବ ପାଳିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରଚାର ପ୍ରସାର କରିବାକୁ ଯ ଥେଷ୍ଟ ସମୟ ରହିଛି । ତେବେ ଦେଖାଯାଉ ବିଜେପିର ଏହି ସବୁ ଖାମଖିଆଲ ମନୋଭାବ ଦଳକୁ ଗାଦିରୁ ହଟାଇବାରେ କେତେ ଗୁରୁତ୍ୱ ପୂଣ୍ଣ ଭୂମିକା ଗ୍ରହଣ କରୁଛି ତାହା ତ ସମୟ କହିବ ।