ନିଦ ଉପରେ ପ୍ରଭାବ ପକାଏ ପରିବେଶ

ନିଦ ଉପରେ ପ୍ରଭାବ ପକାଏ ପରିବେଶ

ନିଦ ସହ ପରିବେଶର ଗଭୀର ସମ୍ବଦ୍ଧ ଥିବା କଥା ନିକଟରେ ଏକ ଅଧ୍ୟୟନରୁ ଜଣାପଡିଛି | ଏହି ଅଧ୍ୟୟନରୁ ରିପୋର୍ଟ ସ୍ଲିପ ହେଲଥ ଜର୍ଣ୍ଣାଲରେ ପ୍ରକାଶ ପାଇଛି | ତେବେ ଆମକୁ ପଯ୍ୟାପ୍ତ ନିଦ ଆସିବା ତଥା ନ ଆସିବା ମଧ୍ୟ ଆମ ଶୋଇବା ଘରର ପରିବେଶ ଉପରେ ନିର୍ଭର କରେ | ସେହିପରି ନିଦ ଆସିବା ପାଇଁ ଲାଗୁଥିବା ସମୟ ମଧ୍ୟ ଅନେକ କଥାକୁ ନିର୍ଦ୍ଧାରିତ କରିଥାଏ | ତେବେ ଏହା ଅତି ଗୁରୁତ୍ୱପୂର୍ଣ ଯେ, ପରିବେଶ ସହ ନିଡର ଗଭୀର ସମ୍ପର୍କ ଅଛି | ଅଧ୍ୟୟନ ଅନୁସାରେ, ବାୟୁ ପ୍ରଦୂଷଣ, ଗରମ, କାର୍ବନ ଡାଇଅକ୍ସାଇଡର ଉଚ୍ଚ ସ୍ତର ଓ ଆଖପାଖର ଶବ୍ଦ ମଧ୍ୟ ଆମ କାର୍ଯ୍ୟକ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଏ | ଗବେଷକମାନେ ୬୨ ଜଣଙ୍କର ନିଦ ଆସିବା ପାଇଁ ଲାଗୁଥିବା ସମୟ ଓ ତା’ର ଗତିବିଧିକୁ ୨ ସପ୍ତାହ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ |

ଏଥିରୁ ଏଥିରୁ ଜାଣିବାକୁ ମିଳିଲା, ଯେଉଁ ବେଡ଼ରୁମରେ ଵାୟୁପ୍ରଦୂଷଣ ସ୍ତର ଅଧିକ, ଅତ୍ୟଧିକ ଶବ୍ଦ, କାର୍ବନ ଡାଇଅକ୍ସାଇଡ ଏବଂ ତାପମାତ୍ରା ଅଧିକ ଥିଲା ସେଠାରେ ଲୋକଙ୍କୁ ନିଦ କମ ଲାଗିଥିଲା | ଏହାର ବିପରୀତ ଅର୍ଥାତ ଯାହାଙ୍କ ବେଡ୍ରୁମରେ ଉଚ୍ଚ ଗୁଣବତ୍ତା ଯୁକ୍ତ ଥିଲା ସେଠାରେ ଲୋକଙ୍କୁ ଭଲ ନିଦ ଆସିଥିଲା | କାମ ପ୍ରତି ବଢୁଥିବା ପ୍ରତିସ୍ପର୍ଦ୍ଧା, ବଢୁଥିବା ସହରୀକରଣ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୁନିଦ୍ରାରେ ସମସ୍ୟା ସୃଷ୍ଟି କରେ | ଅନ୍ୟପଟେ କ୍ରମାଗତ ସମସ୍ୟା ଭିତରେ ଗତି କରି ଶୋଇବା ପାଇଁ ଚେଷ୍ଟା କରିବା ଦ୍ୱାରା ଜୀବନର ଗୁଣବତ୍ତା ଓ ଦକ୍ଷତାକୁ ପ୍ରଭାବିତ କରିଥାଏ | ଏହା ଯୋଗୁଁ ହୃଦରୋଗ, ଟାଇପ ୨ ମଧୁମେହ, ଅବସାଦ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଏ | ସେହିପରି ଏମିତି ସ୍ଥାନ, ଯେଉଁଠି ଶବ୍ଦ ବହୁତ ଜୋରରେ ହେଉଥିବା ସେଠାରେ ନିଦ ୪.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଉଚ୍ଚ କାର୍ବନ ଡାଇଅକ୍ସାଇଡରେ ୪ ପ୍ରତିଶତ ଏବଂ ଉଚ୍ଚ ତାପମାତ୍ରାରେ ୩.୪ ପ୍ରତିଶତ ନିଦ୍ରା ହ୍ରାସ ପାଏ |

author

Related Articles

Leave a Reply

Your email address will not be published. Required fields are marked *