ନିମାପଡାରେ ଭାଙ୍ଗିଗଲା ବିଜେଡିର ବଳ !

ନିମାପଡାରେ ଭାଙ୍ଗିଗଲା ବିଜେଡିର ବଳ !

ନିମାପଡା ବିଜେଡିକୁ ଲାଗିଲା ବଡ ଝଟକା । ଦଳ ଛାଡିଲେ ଭେଟେରାନ ନେତା ତଥା ନିମାପଡାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ । କିଛି ଦିନ ପୂର୍ବରୁ ସମୀରଙ୍କ ସମର୍ଥକମାନେ ଦଳ ଛାଡିଥିବା ବେଳେ ଆଜି ସମୀର ମଧ୍ୟ ଦଳକୁ ବାଏ ବାଏ କହିଛନ୍ତି । ନିମାପଡାରୁ ଟିକେଟ ପାଇଁ ଦଳ ଉପରେ ଖପ୍ପା ଥିବା ସମୀର ଆଜି ବିଜେଡିକୁ ଅଲବିଦା କହିଛନ୍ତି । ଦଳର ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ବେଳେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ଇସ୍ତଫା ପତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସମୀର ୨୦୦୬ ମସିହାରୁ ଦଳରେ କାମ କରିଆସୁଥିଲେ । ୩ ୩ଥର ନିମାପଡାର ବିଧାୟକ ରହିବା ସହିତ ଦଳର ସଭାପତି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନିତ ମଧ୍ୟ କରିଥିଲେ । କିନ୍ତୁ ଚଳିତ ଥର ତାଙ୍କୁ ଟିକେଟ ନମିଳିବାରୁ ସେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପିରିକି ଟିକେଟର ପୁର୍ନବିଚାର କରିବା ପାଇଁ ବିଜେଡି ଉପରେ ଚାପ ପକାଉଥିଲେ । କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଯାହା ପରେ ଦଳ ତାଙ୍କ ମାନଭଞ୍ଜନ କରିବା ପାଇଁ ଟିକେଟ ବଦଳରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲେ । ଏହା ପରେ ସମୀରଙ୍କ ରାଗ ଶାନ୍ତ ପଡିଯାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଭିତରେ ଭିତରେ ଅସନ୍ତୋଷର ନିଆଁରେ କୁହୁଳୁଥିବା ସମୀର ଏଭଳି କିଛି ପଦକ୍ଷେପ ନେବେ ବୋଲି ପ୍ଲାନ କରୁଥିବା କେହି ବି ଆକଳନ କରିନଥିଲେ । ତେବେ ସେ ବିଜେଡି ଛାଡିବା ପରେ ଏବେ କେଉଁ ଦଳରେ ସାମିଲ ହେବେ ନା ଅନ୍ୟ କେଉଁ ଦଳକୁ ସପୋର୍ଟ କରିବେ ସେନେଇ କିଛି ବି ସ୍ପଷ୍ଟ ସୂଚନା ମିଳିନି । ତେବେ ଦେଖାଯାଉ ଏଥର ନିବାଚନରେ ସମୀର କେଉଁ ଭୂମିକାରେ ଅବତୀଣ୍ଣ କରୁଛନ୍ତି ଏବଂ ବିଜେଡି ଉପରେ ଏହା କେତେ ଭାରୀ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *